କ୍ୟାଟ୍ରିନାଙ୍କ ଡାନ୍ସ ରିହର୍ସାଲ ଭିଡିଓ ଭାଇରାଲ, ଦେଖନ୍ତୁ କିପରି ସାଥୀ ଡ୍ୟାନ୍ସରଙ୍କ ସହ ପ୍ରାକ୍ଟିସ କରୁଛନ୍ତି କ୍ୟାଟ୍‌

ସୋସିଆଲ ମିଡିଆରେ ଭାଇରାଲ ହୋଇଛି କ୍ୟାଟ୍ରିନାଙ୍କ ଡ୍ୟାନ୍ସ ରିହର୍ସାଲ ଭିଡିଓ। ଜିରୋ ସଙ୍ଗ ହୁସ୍ମ ପରଚମ୍‌ ପାଇଁ ଜୋରଦାର ପ୍ରାକ୍ଟିସ କରୁଛନ୍ତି କ୍ୟାଟ୍ରିନା। କ୍ୟାଟ୍ରିନା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। କୋରିଓଗ୍ରାଫରଙ୍କ ଇନଷ୍ଟ୍ରକ୍ସନରେ ସାଥୀ ଡ୍ୟାନ୍ସରଙ୍କ ସହ ଡ୍ୟାନ୍ସ ପ୍ରାଟିସ କରୁଛନ୍ତି କ୍ୟାଟ। କିଛି ଦିନ ପୂର୍ବରୁ ରିଲିଜ୍‌ ହୋଇଥିଲା ଜିରୋର ନୂଆ ଗୀତ ହୁସନ୍‌ ପର୍‌ଚମ୍‌ । ଏଥିରେ ବିନ୍ଦାସ ଓ ବୋଲ୍ଡ ଅନ୍ଦାଜରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଛି । ଗୀତରେ ଶାହରୁଖଙ୍କୁ ବି ଦେଖିବାକୁ ମିଳିଛି । ଗୀତଟିକୁ ଗାଇଛନ୍ତି ଭୂମି ତ୍ରିବେଦୀ ଓ ରାଜା କୁମାରୀ । ଲିରିକ୍ସ ଲେଖିଛନ୍ତି ଇର୍ସାଦ କମଲି । ମ୍ୟୁଜିକ ଦେଇଛନ୍ତି ଅଜୟ ଅତୁଲ । ଫିଲ୍ମରେ ବାମନ ଚରିତ୍ରରେ ନଜର ଆସିଛନ୍ତି ଶାହରୁଖ। ଫିଲ୍ମରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି କ୍ୟାଟ୍ରିନା କୈଫ୍‌ଙ୍କୁ ଫିଲ୍ମଷ୍ଟାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଦୁଇ ନାୟିକାଙ୍କ ସହ ରୋମାନ୍ସ କରୁଛନ୍ତି ଶାହରୁଖ । ଚଳିତବର୍ଷ ଡିସେମ୍ବର ୨୧ରେ ରିଲିଜ ହେବ ଫିଲ୍ମ ଜିରୋ।

ଦେଖନ୍ତୁ ଭିଡିଓ :

You might also like