ଲାଞ୍ଚ ନେବାବେଳେ ଭିଜିଲନ୍ସକୁ ଦେଖି ଚମ୍ପଟ ମାରିଲେ ମାର୍ଶାଘାଇ ବିଇଓ, ଧରିବା ପାଇଁ ଚାଲିଛି ଉଦ୍ୟମ

ମାର୍ଶାଘାଇ(କେନ୍ୟୁଜ୍):କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବିଇଓ ଅଫିସରେ ଭିଜିଲାନ୍‌ସ ରେଡ । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରୋଭିଜନାଲ ପେନସନ କରାଇଦେବାକୁ ମାର୍ଶାଘାଇ ବିଇଓ ଶତ୍ରୁଘ୍ନ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ଚଢ଼ାଉ କରିଥିଲା । ହେଲେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ବିଇଓ ଶତ୍ରୁଘ୍ନ ଅଫିସ ପଛ ପଟ ଦ୍ୱାର ଦେଇ ଖସି ପଳାଇଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।

ଆଜି ସକାଳେ ନିଜ ଅଫିସ ଚାମ୍ବରରେ ବିଇଓ ଶତ୍ରୁଘ୍ନ ବେହେରା ଅଭିଯୋଗକାରୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ପରେ ଅଫିସ ଟେବୁଲ ଡ୍ରୟରରେ ରଖିଥିଲେ । ଏହି ସମୟରେ ଭିଜିଲାନ୍‌ସ ଅଧିକାରୀଙ୍କୁ ଦେଖି ସେ ଅଫିସର ପଛ ପଟ କବାଟ ଦେଇ ପଳାଇଥିଲେ । ତେବେ ଅଭିଯୁକ୍ତଙ୍କ ଟେବୁଲ ଡ୍ରୟରରୁ ସାକ୍ଷୀଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ ହୋଇଛି । ଏନେଇ ଭିଜିଲାନ୍‌ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ଲାଞ୍ଚ ସଂପର୍କରେ ଶତ୍ରୁଘ୍ନ ବେହେରାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.