ଆସନ୍ତା କାଲି ମୋହିନୀ ଏକାଦଶୀରେ ମାତା ଲକ୍ଷ୍ମୀଙ୍କର କରନ୍ତୁ ଏହି ଉପାୟ, ବର୍ଷସାରା ହେବ ଧନ ବର୍ଷା

ଧନ କିଏ ବା ନ ଚାହେଁ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ।ଆଉ ଯେଉଁ ବ୍ଯକ୍ତିଙ୍କ ଉପରେ ମାତା ପ୍ରସନ୍ନ ନଥାନ୍ତି, ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଧନବାନ ହୋଇପାରନ୍ତି ନାହିଁ। ଏମିତି ଲୋକେ ଲୋକେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଅନେକ ଉପାୟ ଆପଣାନ୍ତି। ମାଙ୍କ କରୁଣା ବ୍ଯକ୍ତିକୁ ଧନ, ଅନ୍ନ ଏବଂ ବସ୍ତ୍ର ପ୍ରାପ୍ତି ହୋଇଥାଏ। ଏମିତିରେ ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତେବେ ଆସନ୍ତା କାଲି ଏହି ଉପାୟ କରନ୍ତୁ
ହିନ୍ଦୁ ଧର୍ମରେ କୌଣସି କାମର ଶୁଭାରମ୍ଭ ଶୁଭ ଦିନ ତଥା ଶୁଭ ସମୟ ଦେଖି କରାଯାଏ। ମାନ୍ୟତା ରହିଛି ଯେ ଶୁଭ ସମୟରେ କରାଯାଇଥିବା କାମ ନିର୍ବିଘ୍ନରେ ସଫଳ ହୁଏ। ଯଦି ଆପଣବି କିିଛି ଶୁଭ କାମ କରିବାର ଭଲ ସମୟକୁ ଅପେକ୍ଷା କରିଛନ୍ତି ତେବେ ୧୨ ମେ ହେବ ସବୁଠୁ ଖାସ ଦିନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା କାଲି ମାନେ ୧୨ ମେ ଅତ୍ୟନ୍ତ ଶୁଭ ସଂଯୋଗ ପଡ଼ୁଛି। ଏହିଦିନ ଆପଣ କିଛି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଶୁଭ କୃପା ମିଳିବ। ଜାଣନ୍ତୁ ଆସନ୍ତା କାଲି କେଉଁ ଉପାୟ କଲେ ଆପଣଙ୍କୁ ଶୁଭ ଫଳ ମିଳିବ।
ଆସନ୍ତା କାଲି ହେଉଛି ପବିତ୍ର ମୋହୀନି ଏକାଦଶୀ। ତେଶୁ ଆପଣ କାଲି ମାନେ ମେ ୧୨ ତାରିଖରେ ମାତା ଲକ୍ଷ୍ମୀଙ୍କ ପାଇଁ କିଛି ଉପାୟ କରିପାରିବେ। ଏଥିପାଇଁ ଅତ୍ୟନ୍ତ ଶୁଭ ଯୋଗ ମଧ୍ୟ ରହିଛି। ଏହି ଦିନ ଆପଣଙ୍କୁ ଶୁଭ ଫଳ ମିଳିବ। ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଧନ ବର୍ଷା କରିବେ।
ଏକାଦଶୀର ସବୁଠୁ ଶ୍ରେଷ୍ଠ ଓଷା ତଥା ବ୍ରତ ହେଉଛି ୧୨ ମେ ରେ ପଡ଼ୁଥିବା ମୋହନୀ ଏକାଦଶୀ। ଆସନ୍ତା କାଲି ଅନେକ ଶୁଭ ଯୋଗ ପଡ଼ୁଛି। ଏହିଦିନ ଆପଣ ପୂଜା ପାଠ ବିଶେଷ ରୂପେ କଲେ ପୂଣ୍ୟ ଫଳ ମିଳିବ।
ଏବେ ଜାଣନ୍ତୁ ସେହି ସବୁ ଉପାୟ ସମ୍ପର୍କରେ:
– ମାନ୍ୟତା ରହିଛି ଯେ ଏହିଦିନ ଶୁଭ ଯୋଗରେ ତୁଳସୀ ଗଛରେ ଘିଅର ଦୀପ ଜଳାଇବା ଭଲ ମନାଯାଏ। ଏହାସହ ବୃନ୍ଦାବତୀଙ୍କ ଚାରିପାଖରେ ଆପଣ ପରିକ୍ରମା କରିପାରିବେ।
– ଆସନ୍ତା କାଲି ମାତାଙ୍କର କୃପା ପାଇଁ ସନ୍ଧ୍ୟା ସମୟରେ କ୍ଷୀର ଗଙ୍ଗାଜଳରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଏହାସହ ବ୍ରାହ୍ମଣଙ୍କୁ ଘିଅ କଳସ, ଦହି , ଧଳା କପଡା ଆଦି ଦାନ କରିପାରିବେ।
– ଏହିଦିନ ଆପଣ ବର ଗଛରେ ଜଳ ଅର୍ପଣ କରିପାରିବେ। ଏହାସହ ଗୁଆଘିଅର ଦୀପ ଜଳାଇପାରିବେ।
– ଆପଣ ଚାହିଁଲେ ଏହିଦିନ ଭଗବତ ଗୀତା ପାଠ କରିପାରିବେ।
-ମାତା ଲକ୍ଷ୍ମୀଙ୍କ ସହ ଆପଣ ଭଗବାନ ବିଷ୍ଣୁ ଓ ଦକ୍ଷିଣାବର୍ତ୍ତୀ ଶଙ୍ଖର ପୂଜା କରନ୍ତୁ। ପରେ ଗରିବଙ୍କୁ ହଳଦିଆ ବସ୍ତ୍ର, ଫଳ ଓ ଡାଲି ଜାତୀୟ ଶସ୍ୟକୁ ଦାନ କରିପାରିବେ।
– ଭଗବାନ ବିଷ୍ଣୁଙ୍କ ପ୍ରିୟ ଶଙ୍ଖର ଅଭିଷେକ କରିପାରିବେ। ମାତାଙ୍କୁ କ୍ଷିରୀ ଭୋଗ ଲଗାଇପାରିବେ। ପୂଜା ଭୋଗରେ ତୁଳସୀ ପତ୍ରର ବ୍ୟବହାର କରିପାରିବେ।
-ଏକାଦଶୀ ପାଠ କରିପାରିବେ। ଏସବୁ କଲେ ଆପଣ ମାତାଙ୍କର ଆଶିର୍ବାଦ ପାଇପାରିବେ।