ବଦଳିଲା ଟ୍ରେନ ଟିକେଟ୍ ବୁକିଂ ନିୟମ ; ଏବେ ମୋବାଇଲ୍ ନମ୍ବର ଯାଞ୍ଚ ବିନା କରିପାରିବେନି ଯାତ୍ରା

ଯଦି ଆପଣ ମଧ୍ୟ ବାରମ୍ବାର ଟ୍ରେନରେ ଯାତ୍ରା କରିବାକୁ ଏବଂ ଏଥିପାଇଁ ଅନଲାଇନରେ ଟିକେଟ ବୁକ୍ କରିବାକୁ ପସନ୍ଦ କରନ୍ତି ତେବେ ଆପଣଙ୍କ ପାଇଁ ବଡ ଖବର। ବାସ୍ତବରେ, IRCTC ଦ୍ୱାରା ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକିଂ କରିବାର ନିୟମ ପରିବର୍ତ୍ତନ କରାଯାଇଛି । ନୂତନ ନିୟମ ଲାଗୁ ହେବା ପରେ, କୋଟି କୋଟି ଉପଭୋକ୍ତାଙ୍କୁ ସେମାନଙ୍କ ଆକାଉଣ୍ଟ ଯାଞ୍ଚ କରିବାକୁ ପଡିବ।

ଭାରତୀୟ ରେଳର ଏକ ସହାୟକ କମ୍ପାନୀ ଆଇଆରସିଟିସି ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ ଉପଭୋକ୍ତାଙ୍କୁ ଟିକେଟ ବୁକ୍ କରିବା ପୂର୍ବରୁ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଯାଞ୍ଚ କରିବାକୁ ପଡିବ। ବର୍ତ୍ତମାନ ଇ-ମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଯାଞ୍ଚ ବିନା ଅନଲାଇନ୍ ଟିକେଟ୍ ବୁକ୍ ହୋଇପାରିବ ନାହିଁ।

ଏହି ପରିବର୍ତ୍ତନ ସେହି ଯାତ୍ରୀମାନଙ୍କ ପାଇଁ ଲାଗୁ ହେବ, ଯେଉଁମାନେ କରୋନା ମହାମାରୀ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକିଂ କରିନାହାଁନ୍ତି । ଯଦି ଆପଣ ମଧ୍ୟ ଦୀର୍ଘ ସମୟ ପାଇଁ ଟିକେଟ୍ କରିନାହାଁନ୍ତି, ତେବେ ପ୍ରଥମେ ଭେରିଫିକେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ । ତେବେ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ଭେରିଫିକେସନ ବହୁତ ସରଳ । ଏହା କରିବା ଦ୍ୱାରା ଆପଣଙ୍କୁ ଟିକେଟ୍ ବୁକିଂ କରିବାରେ କୌଣସି ଅସୁବିଧା ହେବନି ।

ମୋବାଇଲ୍ ନମ୍ବର ଏବଂ ଇମେଲର କିପରି କରିବେ ଭେରିଫିକେସନ:-

-ଆଇଆରସିଟିସି ଆପ୍ କିମ୍ବା ୱେବସାଇଟକୁ ଯାଆନ୍ତୁ ଏବଂ ଭେରିଫିକେସନ ୱିଣ୍ଡୋରେ କ୍ଲିକ୍ କରନ୍ତୁ ।

-ଏଠାରେ ଆପଣଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଏଣ୍ଟର କରନ୍ତୁ ।

-ଉଭୟ ସୂଚନା ଏଣ୍ଟର କରିବା ପରେ ଭେରିଫିକେସନ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

– ଭେରିଫିକେସନ ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ମୋବାଇଲକୁ ଓଟିପି ଆସିଯିବ । ଏହାକୁ ଏଣ୍ଟର କରି ମୋବାଇଲ ନମ୍ବର Verify କରନ୍ତୁ ।

– ଏହିପରି ଇ-ମେଲ୍ ଆଇଡି ଉପରେ ଆସିଥିବା କୋଡକୁ ଲାଗୁ କରିବା ପରେ ଆପଣଙ୍କ ମେଲ୍ ଆଇଡି Verify ହୋଇଯିବ ।

-ଏବେ ଆପଣ ନିଜ ଆକାଉଣ୍ଟରୁ ଯେକୌଣସି ଟ୍ରେନ୍ ପାଇଁ ଅନଲାଇନରେ ଟିକେଟ୍ ବୁକ୍ କରିପାରିବେ ।

ALSO READ: ଟ୍ଵିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ, ଘୋଷଣା କଲେ ନୂଆ ମାଲିକ ଏଲନ୍‌ ମସ୍କ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.