ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ NMRଙ୍କ ଘରେ ଭିଜିଲାନ୍ସ ଚଢାଉ, ୫ଟି ସ୍ଥାନରେ ଚାଲିଛି ରେଡ୍‌

ବ୍ରହ୍ମପୁର : (କେ ନ୍ୟୁଜ୍‌) : ଏନ୍‌ଏମ୍‌ଆରରେ ଚାକିି ହେଲେ ଆୟ ଠାରୁ ଅଧିକ ସମ୍ପତ୍ତି ଠାବ । ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ସହର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବ୍ରହ୍ମପୁର ଆସିକା ରୋଡ ଘର, କଲେଜ, ଲୋଚାପଡା ଘର, ଦୁଇଟି ଗୋଦାମ ଭଳି ୫ଟି ସ୍ଥାନରେ ଏକାକାଳୀନ ଚଢାଉ । ଚଢାଉ ପରେ ସ୍ପଷ୍ଟ ହେବ କେତେ ପରିମାଣରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ପ୍ରଶାନ୍ତ ।

ସେପଟେ ଗତକାଲି ବ୍ରହ୍ମପୁର – ଭିଜିଲାନ୍ସ ଜାଲରେ କୋଟିପତି ଲାବରେଟୋରୀ ଆସିଷ୍ଟାଣ୍ଟ ଧରାପଡ଼ିଥିଲେ । ଚିକିଟି କଲେଜର କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲା। କୈଳାସଙ୍କ ଠାରୁ ୧ କୋଟି ୪୫ ଲକ୍ଷ ୮୩୭ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.