ବିଗବସ୍ ୧୪: ଜସ୍ମିନ ଭାସିନଙ୍କ ସହିତ ହେଲା ରାକ୍ଷୀ ସାୱନ୍ତଙ୍କ ଝଗଡା, ଫାଟିଗଲା ରାକ୍ଷୀଙ୍କ ନାକ

ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାରେ। ଏବେ ବିଗବସ୍ ହାଉସରେ ଧମାଲ କରୁଛନ୍ତି ରାକ୍ଷୀ। ଏଠାରେ ଥିବା ସମସ୍ତ ପ୍ରତିଯୋଗୀଙ୍କ ସାମ୍ନାରେ ଏକ ବଡ ଚ୍ଯାଲେଞ୍ଜ ହେଉଛି ରାକ୍ଷୀ। ବିଗବସ୍ ହାଉସରେ ଦର୍ଶକଙ୍କ ସହିତ ସମସ୍ତଙ୍କ ମନୋରଂଜନ ମଧ୍ୟ କରୁଛନ୍ତି। କିନ୍ତୁ ବିଗବସ୍ ହାଉସରେ ତାଙ୍କୁ ନେଇ ବିବାଦ ଧୀରେ ଧୀରେ ବଢିବାକୁ ଲାଗିଛି। ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜସ୍ମିନ ଭାସିନ ରାଗରେ ରାକ୍ଷୀଙ୍କ ନାକକୁ ମାରି ଫଟାଇ ଦେଇଛନ୍ତି। ରାକ୍ଷୀଙ୍କ ନାକରୁ ପ୍ରବଳ ରକ୍ତ ମଧ୍ୟ ବୋହୁଛି।

rakhi sawant

ବିଗବସ୍ ହାଉସରେ ଏବେ ବଡ ଝଗଡା ଦେଖିବାକୁ ମିଳିଛି। ଦର୍ଶକଙ୍କୁ ଏମିତି ଝଗଡା ଦେଖିବାକୁ ମିଳିବ ଯାହା ପୂର୍ବରୁ ସେମାନେ କେବେ ବି ଦେଖିନଥିବେ। ଶୋ’ରେ ରାକ୍ଷୀ ଏବଂ ଜସ୍ମିନଙ୍କ ଝଗଡା ଏତେ ଜୋରରେ ବଢିଯାଇଛି ଯେ, ଜସ୍ମିନ ମୁଥ ମାରି ରାକ୍ଷୀଙ୍କ ନାକ ଫଟାଇଦେଇଛନ୍ତି। ରାକ୍ଷୀ ଏବଂ ଅଲ୍ଲୀ ଗୋନିଙ୍କ ମଧ୍ୟରେ ଝଗଡା ଲାଗୁଥିବା ସମୟରେ ଜସ୍ମିନ ମଝିରେ ପସି ପ୍ରତିଶୋଧ ନେଇଛନ୍ତି। ତା’ ପରେ ଜସ୍ମିନ ମାରିକି ରାକ୍ଷୀଙ୍କ ନାକ ଫଟାଇଦେଇଥିଲେ। ତା’ପରେ ରାକ୍ଷୀଙ୍କ ନାକରୁ ପ୍ରବଳ ରକ୍ତ ବାହାରିଥିଲା। ରାକ୍ଷୀ ନିଜ ନିୟନ୍ତ୍ରଣ ହରାଇ ଟେବୁଲରେ ମୁଣ୍ଡ ପିଟିଥିଲେ। ତେବେ ଏହି ଡ୍ରାମା ପରେ ଶୋ’ରେ କଣ ହେବ ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.