ବାହାରିବ କି ସମାଧାନର ବାଟ: ଆଜି ଚାଷୀ-ସରକାର ଷଷ୍ଠ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ବାହାରିବ କି ସମାଧାନର ବାଟ । ଆଜି ଦିନ ୨ଟାରେ ବିଜ୍ଞାନ ଭବନରେ ଚାଷୀ-ସରକାର ଆଲୋଚନା ହେବ । ଆଜି ଚାଷୀ-ସରକାର ଷଷ୍ଠ ପର୍ଯ୍ୟାୟ ଆଲୋଚନା । ଆଜିର ଆଲୋଚନରୁ ନିଷ୍କର୍ସ ନବାହାରିଲେ ଆନ୍ଦୋଳନକୁ ଅଧିକ ଜୋରଦାର କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । କୃଷି ଆଇନ୍‌ ଉଛେଦ ପାଇଁ କ’ଣ ରହିବ ପ୍ରକ୍ରିୟା, ଏମ୍‌ଏସ୍‌ପିକୁ ଆଇନ୍‌ଗତ ଗ୍ୟାରେଣ୍ଟି ସହ ଆଲୋଚନା ପାଇଁ ୪ଟି ଆଜେଣ୍ଡା ସ୍ଥିର କରିଛନ୍ତି ଚାଷୀ । ଆଜେଣ୍ଡାକୁ ନେଇ ଚାଷୀ କଡ଼ା ଅଭିମୁଖ୍ୟ ପୋଷଣ କରିଛନ୍ତି ।

ପୂର୍ବରୁ ସରକାରଙ୍କୁ ଆଲୋଚନାର ଏଜେଣ୍ଡା ପଠାଇଥିଲା ୪୦ଟି ଚାଷୀ ସଂଗଠନର ମିଳିତ ସାମ୍ମୁଖ୍ୟ । ମଙ୍ଗଳବାର ପୁଣି ସରକାରଙ୍କୁ ଚିଠି ଲେଖି ଏହାକୁ ଦୋହରାଇଛନ୍ତି । ଆଜେଣ୍ଡା ବାହାରେ କୌଣସି ଆଲୋଚନା ହେବ ନାହିଁ ବୋଲି ଜଣାଇଛନ୍ତି । ଅନ୍ୟପଟେ ଗତକାଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପୀୟୂଷ ଗୋଏଲ ଅମିତ ଶାହାଙ୍କୁ ଭେଟି ସରକାରଙ୍କ ଆଭିମୁଖ୍ୟ କଣ ରହିବ, ତାହା ଚୁଡ଼ାନ୍ତ କରିଛନ୍ତି । ପୂର୍ବରୁ ହୋଇଥିବା ୫ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲା ।

ପଞ୍ଚମ ପର୍ଯ୍ୟାୟ ଆଲୋଚନା ପରେ କେନ୍ଦ୍ର ସରକାର ସଂଶୋଧନ ପ୍ରସ୍ତାବ ଦେଇଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଚାଷୀ ସଂଗଠନ । ଏହା ପରେ ଆଉ ଆଗେଇ ପାରିନଥିଲା ଆଲୋଚନା । ସରକାର ଏକାଧିକ ଥର ଡାକିଥିଲେ ମଧ୍ୟ ଆଲୋଚନା ଟେବୁଲ୍‌କୁ ଆସି ନଥିଲେ ଚାଷୀ। ଶେଷରେ ପ୍ରଧାନମନ୍ତ୍ରୀ ନିଜେ ନିବେଦନ କରିବା ପରେ ଆଲୋଚନା ପାଇଁ ରାଜି ହୋଇଥିଲା ୪୦ଟି ଚାଷୀ ସଂଗଠନର ମିଳିତ ସାମୁଖ୍ୟ। ଆଜିର ଆଲୋଚନାରୁ ବାଟ ବାହାରିବା ଆଶା କରାଯାଉଛି ।

You might also like