ଭିଜିଲାନ୍ସ ଜାଲରେ ଫସିଲେ ଅବକାରୀ ଇନିସପେକ୍ଟର ରଞ୍ଜିତ ମହାନ୍ତି

ଜଗତସିଂହପୁର (କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ଅବକାରୀ ଇନିସପେକ୍ଟର । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଅବାକୀର ଇନିସପେକ୍ଟର ରଞ୍ଜିତ ମହାନ୍ତି। ଅଭିଯୋଗ ଅନୁଯାୟୀ, ଜଗତସିଂହପୁର ତିର୍ତ୍ତୋଲ ତୁଳଙ୍ଗ ଅଞ୍ଚଳର ଲକ୍ଷ୍ମୀଧର ମହାରଣାଙ୍କ ଗାଡ଼ି ସିଜ ହୋଇଥିଲା । ଗାଡ଼ି ସିଜ୍ ବେଳେ ସେଥିରୁ ଡେକ ଓ ଏଲସିଡିକୁ ରଞ୍ଜିତ ମହାନ୍ତି ଖୋଲି ରଖିଥିଲେ । ପରେ ଏହାକୁ ଫେରାଇ ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନସ ଅଧିକାରୀ ଗିରଫ କରିଥିଲେ । ରଞ୍ଜିତଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ହୋଇଛି ।

Leave A Reply

Your email address will not be published.