ସ୍ତ୍ରୀ ଓ ଶାଳୀକୁ ହତ୍ୟା କରିବା ପୂର୍ବରୁ ବିଜୟ ଲେଖିଥିବା ଚିଠି ଏବେ ପୋଲିସ୍ ହାତରେ, ଏମିତି କିଛି ଲେଖିଛି ଅଭିଯୁକ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡବଲ ମର୍ଡର ଘଟଣାରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ବିଜୟ ସେଠୀ। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ପୋଲିସ। ହତ୍ୟା ଘଟଣା ନେଇ ବିଜୟକୁ ପଚରାଉଚରା କରାଯିବ। ଏପଟେ ପୋଲିସ ହାତରେ ହତ୍ୟା ପୂର୍ବରୁ ଲେଖିଥିବା ବିଜୟର ଚିଠି। ସ୍ତ୍ରୀ ଓ ଶାଳୀକୁ କଣ ପାଇଁ ହତ୍ୟା କଲା ସେନେଇ ଚିଠିରେ ଲେଖିଛି ଅଭିଯୁକ୍ତ। ସ୍ତ୍ରୀ ଓ ଶାଳୀକୁ ପାଠ ପଢାଇ ଚାକିରି କରାଇଲା। ଟଙ୍କା ରୋଜଗାର କରି ବାପଘର ଲୋକଙ୍କୁ ଦେଉଥିଲେ ବୋଲି ବିଜୟ ଚିଠିରେ ଲେଖିଛି।

ଏପରିକି କୌଣସି ସନ୍ତାନ ସନ୍ତତି ନଥିବାରୁ ଶ୍ୱଶୁର ଘର ଲୋକ ତାଙ୍କୁ ଟାହି ଟପରା କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଦୁଇ ଜଣଙ୍କୁ ହତ୍ୟା ଯୋଜନା କରିଥିଲା। ରିମାଣ୍ଡରେ ବିଜୟର ହାତ ଲେଖା ନମୁନା ସଂଗ୍ରହ କରାଯିବ। ତା ଠାରୁ ମିଳିଥିବା ଚିଠି ସହ ଭୁବନେଶ୍ୱର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇ ମେଳ କରାଯିବ। ଗତ ୨୪ ତାରିଖରେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଅଭିଯୁକ୍ତ ବିଜୟକେତନ ସେଠୀ ପତ୍ନୀ ଓ ବିବାହିତା ଶାଳୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.