Below header

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ଆଜି ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ

ଡିସଚାର୍ଜ ହେବ ବିଜୟିନୀ। ସୁସ୍ଥ ହେବା ପରେ ବୁର୍ଲା ମେଡିକାଲରୁ ବାହାରିବ ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା। ଏହାପରେ ତାକୁ ନିଜ ହେପାଜତକୁ ନେବ ପ୍ରଶାସନ। ଶିଶୁକନ୍ୟାର ଓଜନ ବଢୁଥିବା ସୂଚନା ଦେଇଛନ୍ତି ଡାକ୍ତର। ୧୧ ଦିନ ଧରି ବିଜୟିନୀ ମେଡିକାଲରେ ଚିକିତ୍ସିତ ହେଉଥିଲା।

ସମ୍ବଲପୁର (କେନ୍ୟୁଜ): ଡିସଚାର୍ଜ ହେବ ବିଜୟିନୀ। ସୁସ୍ଥ ହେବା ପରେ ବୁର୍ଲା ମେଡିକାଲରୁ ବାହାରିବ ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା। ଏହାପରେ ତାକୁ ନିଜ ହେପାଜତକୁ ନେବ ପ୍ରଶାସନ। ଶିଶୁକନ୍ୟାର ଓଜନ ବଢୁଥିବା ସୂଚନା ଦେଇଛନ୍ତି ଡାକ୍ତର। ୧୧ ଦିନ ଧରି ବିଜୟିନୀ ମେଡିକାଲରେ ଚିକିତ୍ସିତ ହେଉଥିଲା।

ଗତ ଡିସେମ୍ବର ୧୨ ତାରିଖରେ ରେଙ୍ଗାଲି ଥାନା ଲାରିପାଲି ସ୍ଥିତ ଶ୍ରୀରାମ ପଡ଼ିଆରେ ଥିବା ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଏହା ପରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଏହି ରେସ୍କ୍ୟୁ ଅପରେସନ ଜାରି ରହିଥିଲା । ଜେସିବି ଜରିଆରେ ବୋରୱେଲ କଡ଼ରୁ ମାଟି ତାଡିବା ପରେ ଲୁହା ପାଇପ ନିକଟରେ ପହଞ୍ଚିଥିଲେ ରେସ୍କ୍ୟୁ ଓ ଡାକ୍ତରୀ ଟିମ ସଦସ୍ୟ । ଏହା ପରେ କଟର ମେସିନ ଯୋଗେ ଉକ୍ତ ଲୁହା ପାଇପକୁ କଟାଯାଇଥିଲା । ପାଇପ କଟା ସରିବା ପରେ ଶିଶୁର ପାଖରେ ପହଞ୍ଚି ଡାକ୍ତରୀ ଟିମ ସଦସ୍ୟ ତାକୁ ଉଦ୍ଧାର କରିଥିଲେ। ଶିଶୁଟି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା । ପରେ ତାହା ଏକ ଶିଶୁକନ୍ୟା ବୋଲି ଜଣାପଡିଥିଲା । ପ୍ରାୟ ଏକ ମାସ ଧରି ବୁର୍ଲା ବଡ଼ ଡାକ୍ତରଖାନାରେ ଉକ୍ତ ଶିଶୁକନ୍ୟାର ଚିକିତ୍ସା ଚାଲିଥିଲା । ଜୀବନ ଯୁଦ୍ଧରେ ବିଜୟୀ ନବଜାତ ଶିଶୁକନ୍ୟାକୁ ବିଜୟିନୀ ନାମକରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.