Below header

ନୟାଗଡ: ଯଦୁପୁରର ଦଳିତ ସାହିରେ ଏସଆଇଟି ଟିମକୁ ପୁରାଇ ଦେଉନାହାନ୍ତି ଗ୍ରାମବାସୀ,ନିରୀହ ଲୋକଙ୍କୁ ଅଯଥା ହଇରାଣ କରାଯାଉଥିବାର ହେଉଛି ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ):  ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ବିଜେପି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଏସଆଇଟି ଟିମ ଯଦୁପୁରରେ ତଦନ୍ତ ଚଳାଇଛି । ଗାଁ ଭିତରକୁ ଏସଆଇଟି ଏବଂ ପୋଲିସ ପ୍ରବେଶ କରୁଥିବା ବେଳେ ଦଳିତ ସାହିର କିଛି ଯୁବକ ବାଉଁଶ ବାଡ ପକାଇ ରାସ୍ତାକୁ ସିଲ କରିଛନ୍ତି । ନାବାଳିକା ହତ୍ୟା ଘଟଣାରେ ନିରୀହ ଲୋକଙ୍କୁ ଅଯଥା ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।

ଆଜି ଏସଆଇଟି ଟିମ୍‌ ମୃତ ନାବାଳିକାଙ୍କ ଘର ପାଖରେ ଥିବା ଏକ ପରିବାରକୁ ପଚରାଉଚରା କରିଛି । ପୂର୍ବରୁ ଯଦୁପୁର ଗାଁର ୨୫ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ୨୦ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛି ଏସଆଇଟି । ଗାଁର ସବୁ ଘରୁ ଏସଆଇଟି ତଥ୍ୟ ସଂଗ୍ରହ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.