ଭାରତ ପାଇଁ ଆଉ ବେଶି ଦୂର ନୁହେଁ କୋଭିଡ୍‌ ଟିକା, ଭ୍ୟାକସିନ୍ କମ୍ପାନୀ ମାନଙ୍କ ଅନୁମତି ଉପରେ ବିଚାର କରିବ SEC

କେନ୍ୟୁଜ୍(ବ୍ୟୁରୋ): ଭାରତ ପାଇଁ ଆଉ ବେଶି ଦୂର ନୁହେଁ କୋଭିଡ୍‌ ଟିକା । ଆସନ୍ତାକାଲି ଭାରତରେ ଟିକାର ଜରୁରୀ ବ୍ୟବହାର ପାଇଁ ଫାଇଜର, ସେରମ ଇନଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ୍‌ର ଆବେଦନ ଉପରେ ବିଚାର କରିବ SUBJECT EXPERT COMMITTEE ବା SEC । ଗତକାଲି ଜରୁରୀ ବ୍ୟବହାର ପାଇଁ DCGIର ଅନୁମତି ଲୋଡ଼ିଛି ଭ୍ୟାକ୍ସିନ୍‌ କମ୍ପାନୀ ଭାରତ ବାୟୋଟେକ୍‌ । ପୂର୍ବରୁ ଫାଇଜର ଓ ସେରମ ଇନଷ୍ଟିଚ୍ୟୁଟ୍‌ ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛନ୍ତି ।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ଆଇସିଏମ୍‌ଆରର ସହଭାଗିତାରେ କୋଭାକ୍ସିନ୍‌ ତିଆରି କରୁଛି ଭାରତ ବାଓଟେକ୍‌ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨୬ ହଜାର ସ୍ୱେଚ୍ଛାସେବୀ ପ୍ରତି ୨୮ ଦିନ ବ୍ୟବଧାନରେ ଦୁଇଟି ଇଣ୍ଟ୍ରା ମସ୍କୁଲାର ଇଞ୍ଜେକ୍ସନ୍‌ ନେଇଛନ୍ତି । ପୂର୍ବରୁ କୋଭାସ୍କିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ହୋଇଛି । ସମସ୍ତ ଟିକା ସୁରକ୍ଷିତ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଥିବା ଜଣାପଡ଼ିଛି । କିଛି ସପ୍ତାହ ମଧ୍ୟରେ ଭାରତକୁ ସ୍ୱଦେଶୀ ଟିକା ମିଳିବା ନେଇ ଗତ ୪ ତାରିଖରେ ସର୍ବଦଳୀୟ ବୈଠକରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏବେ ଫାଇଜର ପରେ ସେରମ ଓ ଭାରତ ବାୟୋଟେକ୍‌ ଆବେଦନ କରିଥିବାରୁ ଏ ନେଇ ଆଶା ଉଦଜୀବିତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.