Below header

ଆଜି ପ୍ରଥମାଷ୍ଟମୀରେ ରାତିରେ ରୁଟି କିମ୍ବା ପରଟା ସହିତ ବନାନ୍ତୁ ସ୍ପାଇସି ମସରୁମ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆଜି ପ୍ରଥମାଷ୍ଟମୀ। ଆଜିର ଏହି ଖାସ୍‌ ଦିନରେ ଆପଣ ଘରେ ଡିନରରେ କିଛି ସ୍ପେଶାଲ ବନାନ୍ତୁ। ଆଜି ପୁରୀ ରୁଟି କିମ୍ବା ପରଟାରେ ପ୍ରସ୍ତୁତ କରନ୍ତୁ ସ୍ପେଶାଲ ସ୍ପାଇସି ମସରୁମ୍ (ଛତୁ) ‌। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ମସରୁମ୍‌ (ଛତୁ) – ୨୫୦ ଗ୍ରାମ
  • ତେଲ – ଆବଶ୍ୟକ ଅନୁସାରେ
  • ସୁଜି – ଏକ କପ୍‌
  • ଚାଉଳ ଗୁଣ୍ଡ – ୧/୪ କପ୍‌
  • କଟା ରସୁଣ – ୩ କୋଲା
  • ହଳଦି ପାଉଡର – ୧ ଚାମଚ
  • ଲାଲ ଲଙ୍କା ପାଉଡର – ୧ ଚାମଚ
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଛତୁକୁ ଭଲ ଭାବେ ଧୋଇ ସେଥିରୁ ପାଣି ସବୁ ବାହାର କରଦିଅନ୍ତୁ । ଛତୁକୁ ଲମ୍ବା ଆକାରରେ କାଟି ଦିଅନ୍ତୁ ।  ତେଲ ଏବଂ ଛତୁକୁ ଛାଡ଼ି  ଅନ୍ୟ ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ମିଶାଇ ଦିଅନ୍ତୁ। ଏବେ ଛତୁକୁ ଏଥିରେ ଭଲଭାବେ ମିଶାଇ ଦିଅନ୍ତୁ । କଡ଼ାରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଛତୁକୁ ପକାଇ ଦିଅନ୍ତୁ। ମିଡିୟମ୍‌ ଆଞ୍ଚରେ  ଛତୁକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହାକୁ ପାଖାପାଖି ୧୫ ମିନିଟ୍‌ ସମୟ ଲାଗିବ ପ୍ରସ୍ତୁତ ହେବା ପାଇଁ। ୧୫ ମିନିଟ୍‌ ହୋଇଗଲା ପରେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଗରମା ଗରମ ଟେଷ୍ଟି ସ୍ପାଇସି ମସରୁମ୍‌।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.