୩୧ ଡିସେମ୍ବର ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ, ନଚେତ୍ ଦେବାକୁ ପଡ଼ିବ ୧୦ ହଜାର ଟଙ୍କା ଜରିମାନା

ସାରାଦେଶରେ ଚାଲୁଥିବା କରୋନା ଭାଇରସ୍ କାରଣରୁ ଇନକମ୍ ଟ୍ୟାକ୍ସ ବିଭାଗ ନିଜର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଅନେକ ଥର ବଢ଼ାଇଛି। ୨୦୧୯-୨୦ ପାଇଁ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୦ ରଖାଯାଇଛି। ଏମିତିରେ ଯଦି ଆପଣ ୩୧ ଡିସେମ୍ବର ପର୍ଯ୍ୟନ୍ତ ନିଜର ଆଇଟିଆର ଫାଇଲ୍ କରିନାହାଁନ୍ତି, ତା’ହେଲେ ଆପଣଙ୍କୁ ୧୦ ହଜାର ଟଙ୍କା ଜରିମାନା ରାଶି ଦେବାକୁ ପଡ଼ିବ। ସେହିପରି ୫ ଲକ୍ଷ ଟଙ୍କାରୁ କମ୍ ଇନକମ୍ ଥିବା ଲୋକଙ୍କୁ ୧ ହଜାର ଟଙ୍କା ଲେଟ୍ ଫି’ ଦେବାକୁ ହେବ।

ଦେବାକୁ ହେବ ୧୦ ହଜାର ଟଙ୍କା ଜରିମାନା

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଆପଣ କର ଦାତା ଓ ୩୧ ଡିସେମ୍ବର ପରେ ଫାଇଲ୍ କରୁଛନ୍ତି ତାହେଲେ ଆପଣଙ୍କୁ ୧୦,୦୦୦ ଟଙ୍କା ଲେଟ୍ ଫି’ ଭରିବାକୁ ହେବ। ଏହାବ୍ୟତୀତ, କରଦାତାମାନଙ୍କ ଆୟ ୫ ଲକ୍ଷରୁ ଅଧିକ ନୁହେଁ ସେମାନଙ୍କୁ ଲେଟ୍ ଫି’ ଆକାରରେ ୧୦୦୦ ଟଙ୍କା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.