ମହିଳାଙ୍କ ବେକରୁ ଚେନ୍‌ ଛିଡାଇ ନେଉଥିବାବେଳେ କାବୁ କଲେ ଗାଁଲୋକ, ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚିଲେ

ଅନୁଗୁଳ(କେନ୍ଯୁଜ୍): ଛେଚା ଖାଇଲେ ଚେନ୍‌ ଲୁଟେରା। ଅନୁଗୁଳ ଜିଲ୍ଲା ଜରପଡା ଗାଁରୁ ମହିଳାଙ୍କ ବେକରୁ ଚେନ୍‌ ଛିଡାଇ ପଳାଉଥିବାବେଳେ କାବୁ କଲେ ଗାଁଲୋକ। ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚିବା ସହ ପୋଲିସର ଜିମା ଦେଇଛନ୍ତି । ଦୁଇ ଯୁବକ ଦେବଗଡ ଜିଲ୍ଲାର ମକରଧ୍ୱଜ ପ୍ରଧାନ ଓ ଶମ୍ଭୁ ସେନାପତି ।

ଗାଁର ଜଣେ ମହିଳା ଚାଲି ଚାଲି ଯାଉଥିବାବେଳେ ୨ ଯୁବକ ବାଇକରେ ଆସି ମୋବାଇଲରେ ଫଟୋ ଦେଖାଇ ଠିକଣା ପଚାରିଥିଲେ । ମହିଳା ଜଣକ ଫଟୋ ଦେଖୁଥିବାବେଳେ ଚେନ୍‌ ଛିଡାଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ପରେ ମହିଳାଙ୍କ ଜଣକ ପାଟି କରିବାରୁ ଗାଁଲୋକ ସେମାନଙ୍କ କାବୁ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.