ବେଆଇନ ବାଲି ଚାଲାଣକୁ ବିରୋଧ, ଗାଁ ରାସ୍ତାରେ ବସି ପ୍ରତିବାଦ କଲେ ଗ୍ରାମବାସୀ

ବେଆଇନ ବାଲି ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ । ରାସ୍ତାରେ ବସି ପ୍ରତିବାଦ କଲେ ଗାଁଲୋକେ।

ଆଳି :  ବେଆଇନ ବାଲି ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ । ରାସ୍ତାରେ ବସି ପ୍ରତିବାଦ କଲେ ଗାଁଲୋକେ। କେନ୍ଦ୍ରାପଡା ଜିଲ୍ଲା ଆଳି ଓ କନିକା ସୀମାରେ ଥିବା ଗଡ଼ଗଡ଼ି ଘାଟ ଖରସ୍ରୋତା ନଦୀ ପଠାରୁ ବେଆଇନ ଭାବେ ବାଲି ଉଠାଣକୁ ବାଲିଚନ୍ଦ୍ରପୁର ଗ୍ରାମବାସୀ ବିରୋଧ କରିଛନ୍ତି ।

ପ୍ରତିଦିନ ୧୦୦ରୁ ଉର୍ଦ୍ଧ୍ବ ଟ୍ରାକ୍ଟର ବେଆଇନ ଭାବେ ବାଲି ଉଠାଣକରି ଗାଁ ରାସ୍ତାଦେଇ ଦ୍ରୁତ ଗତିରେ ଯାଆ ଆସ କରୁଛନ୍ତି ।  ଫଳରେ ଗାଁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି । ଏମିତି କି ପିଲାମାନେ ସ୍କୁଲକୁ ଯିବାକୁ ମଧ୍ୟ ଡରୁଛନ୍ତି। ଗ୍ରାମବାସୀମାନେ ଟ୍ରାକ୍ଟର ଚଳାଚଳକୁ ବିରୋଧ କଲେ ଗାଡ଼ି ଡ୍ରାଇଭରମାନେ ନାଲିଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି ।

ଏନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ କିଛି ବି ସୁଫଳ ମିଳୁନାହିଁ। ଗତକାଲି ଟ୍ରାକ୍ଟର ଧକ୍କାରେ ଏକ କୁକୁରର ମୃତ୍ୟୁ ହେବା ପରେ ଗ୍ରାମବାସୀ ଏକାଠି ହୋଇ ଟ୍ରାକ୍ଟର ଚଳାଚଳ କରୁଥିବା ରାସ୍ତାରେ ବସି ଆଜି ଦୃଢ଼ ପ୍ରତିବାଦ କରିଛନ୍ତି । ଏନେଇ ତହସିଲଦାରଙ୍କ ପତିକ୍ରିୟା ମିଳିପାରିନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.