ମୁଖତାର ଅନସାରୀଙ୍କ କବରରେ ଫାତିହା ପଢିବାକୁ ଯିବେ ପୁଅ ଅବାସ ଅନସାରୀ, ସୁପ୍ରିମକୋର୍ଟ ଦେଲେ ଅନୁମତି

ମୁଖତାର ଅନସାରୀଙ୍କ କବରରେ ଫାତିହା-ଖ୍ଵାନୀ ପଢିବା ପାଇବା ପାଇଁ ପୁଅ ଅବାସ ଅନସାରୀକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସନ୍ଧ୍ୟା ୫ଟା ପୂର୍ବରୁ କାସଗଂଜରୁ ଗାଜିପୁର ଯିବାକୁ ଅନୁମତି ମିଳିଛି । ଆସନ୍ତାକାଲି ସକାଳ ଫାତିହା ପଢିସାରିବା ପରେ ତାଙ୍କୁ ଗାଜିପୁର ଜେଲରେ ରଖାଯିବ ।

ଅବାସ ଅନସାରୀକୁ ବାପା ମୁଖତାର ଅନସାରୀଙ୍କ କବରରେ ଫାତିହା-ଖ୍ଵାନୀ ପଢିବା ପାଇବା ପାଇଁ ଜେଲରୁ ବାହାରକୁ ଆସିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସନ୍ଧ୍ୟା ୫ଟା ପୂର୍ବରୁ କାସଗଂଜରୁ ଗାଜିପୁର ଯିବାକୁ ଅନୁମତି ମିଳିଛି । ଆସନ୍ତାକାଲି ସକାଳ ଫାତିହା ପଢିସାରିବା ପରେ ତାଙ୍କୁ ଗାଜିପୁର ଜେଲରେ ରଖାଯିବ ।

ଅବାସ ଅନସାରୀକୁ ୧୧ ଏବଂ ୧୨, ଏପ୍ରିଲରେ ଜେଲରେ ହିଁ ପରିବାର ସହିତ ଦେଖା ହେବାକୁ ଅନୁମତି ମିଳିଛି । ୧୩ ଏପ୍ରିଲରେ ପୁଣି ତାଙ୍କ କାସଗଂଜ ଜେଲକୁ ପଠାଇଦିଆଯିବ । ଏହାଛଡା ୧୧ ଏବଂ ୧୨ ଏପ୍ରିଲରେ ଯଦି କୌଣସି ଧାର୍ମିକ କାର୍ଯ୍ୟ ହୁଏ, ତେବେ ସେହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମଧ୍ୟ ଅନୁମତି ମିଳିଛି । ଗାଜିପୁର ଜେଲରୁ ବାହାରକୁ ଆସିବା ସମୟରେ ଅବାସ ମିଡିଆକୁ କୌଣସି ବୟାନ ଦେଇପାରିବେ ନାହିଁ ।

ଜେଲରେ ବନ୍ଦୀ ଥିବା ନେତା ତଥା ପୂର୍ବ ବିଧାୟକ ମୁଖତାର ଅନସାରୀଙ୍କ ମୃତ୍ୟୁ ୨୮ ମାର୍ଚ୍ଚ ସନ୍ଧ୍ୟାରେ ହୃଦଘାତ ଯୋଗୁଁ ହୋଇଥିଲା । ବାନ୍ଦାର ଏକ ହସପିଟାଲରେ ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଥିଲା । ଜେଲ ଡିଜିଙ୍କ ବୟାନ ମୁତାବକ, ମୁଖତାର ଅନସାରୀ ରମଜାନ ସମୟରେ ରୋଜା ରଖିଥିଲେ । ଗୁରୁବାର ରୋଜା ଭାଙ୍ଗିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.