ପୁରୀ ବେଳାଭୂମିରେ ଶହଶହ ସଂଖ୍ୟାରେ ଜେଲିଫିସ୍, ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ପୁଣି ପୁରୀ ବେଳାଭୂମିରେ ଶହଶହ ସଂଖ୍ୟାରେ ଜେଲିଫିସ୍ ଦେଖିବାକୁ ମିଳିଛି । ପୁରୀ ଦିଗବାରେଣୀ ଛକ ବେଳାଭୂମିରେ ଏହି ଜେଲିଫିସ୍ ସବୁ ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ ଏହି ଜେଲିଫିସ୍ ସଂସ୍ପର୍ଶରେ କୌଣସି ପର୍ଯ୍ୟଟକ ଆହତ ହୋଇନଥିବା ଜଣାପଡିଛି ।

ପୁରୀ(କେନ୍ୟୁଜ୍‌): ପୁଣି ପୁରୀ ବେଳାଭୂମିରେ ଶହଶହ ସଂଖ୍ୟାରେ ଜେଲିଫିସ୍ ଦେଖିବାକୁ ମିଳିଛି । ପୁରୀ ଦିଗବାରେଣୀ ଛକ ବେଳାଭୂମିରେ ଏହି ଜେଲିଫିସ୍ ସବୁ ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ ଏହି ଜେଲିଫିସ୍ ସଂସ୍ପର୍ଶରେ କୌଣସି ପର୍ଯ୍ୟଟକ ଆହତ ହୋଇନଥିବା ଜଣାପଡିଛି । ଗତ ୨୦୨୨ ଜୁନ୍ ମାସରେ ପୁରୀ ବେଳାଭୂମିରେ ଜେଲିଫିସ୍ ସଂସ୍ପର୍ଶରେ ଆସି ଅନେକ ପର୍ଯ୍ୟଟକ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ତେବେ ପୁରୀ ବେଳାଭୂମିରେ ଜେଲିଫିସ୍ ପ୍ରାୟ ଦେଖିବାକୁ ମିଳିନଥାଏ । କିନ୍ତୁ ଆଜି ଶହଶହ ସଂଖ୍ୟାରେ ଜେଲିଫିସ୍ ବେଳାଭୂମିରେ ପଡିଥିବା ଦେଖିବାକୁ ମିଳିଛି। ବେଳାଭୂମିକୁ ଲକ୍ଷଲକ୍ଷ ପର୍ଯ୍ୟଟକ ସ୍ନାନ କରିବାକୁ ଆସୁଥିବା ବେଳେ ଜେଲିଫିସ୍ର ଲାଳ ସେମାନଙ୍କ ଦେହରେ ବାଜିଲେ କିମ୍ବା ପର୍ଯ୍ୟଟକ ମାନେ ଏହା ସଂସ୍ପର୍ଶରେ ଆସିଲେ ଦେହହାତ କୁଣ୍ଡାଇ ନାଲି ପଡିଯାଏ । ତେବେ ଜେଲିଫିସ୍ ଆତଙ୍କରୁ ପର୍ଯ୍ୟଟକ ମାନେ କିଭଳି ବର୍ତ୍ତିବେ ଓ କିଭଳି ସେମାନେ ସୁରକ୍ଷିତ ସ୍ନାନ କରିବେ ସେନେଇ ପ୍ରଶାସନ ତତ୍ପର ହେବାର ଆବଶ୍ୟକତା ରହିଛି ।

 

You might also like