୨୦୨୪ରେ ସ୍ବାଭାବିକ ହେବ ମୌସୁମୀ, ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା

୨୦୨୪ରେ ମୌସୁମୀ ସ୍ବାଭାବିକ ହେବ । ଏଥର ସ୍ବାଭାବିକ ରହିବ ମୌସୁମୀ ବର୍ଷା । ଏନେଇ ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ।

ଭୁବନେଶ୍ୱର : ୨୦୨୪ରେ ମୌସୁମୀ ସ୍ବାଭାବିକ ହେବ । ଏଥର ସ୍ବାଭାବିକ ରହିବ ମୌସୁମୀ ବର୍ଷା । ଏନେଇ ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ଦୀର୍ଘ ଅବଧି ଆଭାରେଜରେ ୧୦୨ପ୍ରତିଶତ ମୌସୁମୀ ବର୍ଷା ଆକଳନ କରାଯାଇଛି ।

ସାରା ଦେଶରେ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେବ । ଯାହାକି ସ୍ବାଭାବିକ ଭାବେ ବିବେଚନା କରାଯାଏ । ଏଲ ନିନୋ ଧୀରେ ଧୀରେ ଲା ନିନାରେ ପରିଣତ ହେବ । ଲା ନିନା ଯୋଗୁ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିବ ବୋଲି ସ୍କାଏମେଟ ପୂର୍ବାନୁମାନ କରିଛି । ସାଧାରଣତଃ ପ୍ରତିବର୍ଷ ଜୁନ ୧ ପୂର୍ବରୁ ମୌସୁମୀ କେରଳ ଛୁଇଁଥାଏ । ଜୁଲାଇ ୧୫ ବେଳକୁ ସାରା ଦେଶକୁ ଏହା ପରିବ୍ୟାପ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.