ଆଗ ଗାଁ ରାସ୍ତା ବନାଅ, ନଚେତ ଆମେ ଭୋଟ୍‌ ବର୍ଜନ କରିବୁ

ମାହାଙ୍ଗା (କେନ୍ୟୁଜ) : ଖାଲି ପଚ ପଚ ପାଣି ଆଉ କାଦୁଅ। ଚାଲିବାକୁ ବି ଡର ଲାଗୁଛି। ରାତି ପାହିଲେ ଏହି ପାଣି କାଦୁଅ ରାସ୍ତା ଦେଇ ଯାଆ ଆସ୍‌ କରନ୍ତି ଲୋକେ। ଏ ଚିତ୍ର ଦେଖି ଆପଣ ଭାବୁଥିବେ ଏ କେଉଁ ଦୁର୍ଗମ ଅଞ୍ଚଳର ଦୃଶ୍ୟ ବୋଧେ। କିନ୍ତୁ ନା ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କଇଥା ପଞ୍ଚାୟତ ଗୁନି ସାହିର ୪ ନମ୍ବର ଓ୍ଵାର୍ଡ। ଗାଁର ଏମିତି ଅବସ୍ଥା ଦେଖି ଲାଗୁଛି ବୋଧହୁଏ ପ୍ରଶାସନ କି ଗାଁ ସରପଞ୍ଚଙ୍କ ପାଦ ଏହି ଗାଁରେ ବିଲକୁଲ ବି ପଡିନି। ନଚେତ ବର୍ଷ ୨୦୨୧ରେ ବି ଏମିତି ଚିତ୍ର ଦେଖିବାକୁ ମିଳନ୍ତାନି।

ଦୀର୍ଘ ବର୍ଷ ଧରି ମରଣଯନ୍ତା ପାଲଟିଛି ରାସ୍ତାର ଅବସ୍ଥା l ଗାଁରେ ୩ ଶହ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି, ହେଲେ ବର୍ଷାଦିନେ ଏହି ଗାଁ ରାସ୍ତା କଥା ନକହିବା ଭଲ। କାହିଁକିନା ବର୍ଷା ଦିନେ ସ୍କୁଲ ଯିବା ଏକଦମ୍‌ ବନ୍ଦ ହୋଇଯାଏ। କାଦୁଅ ରାସ୍ତାରେ ଗାଁର ପିଲାମାନେ ସ୍କୁଲ ଯିବାପାଇଁ ବଡ ଅସୁବିଧାର ସାମ୍ନା କରନ୍ତି। ଏପରିକି ଜରୁରୀକାଳୀନ ସେବାରୁ ବି ବଞ୍ଚିତ ହେଉଛନ୍ତି ଏହି ଗ୍ରାମବାସୀ । ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ କି ଦମକଳ ଗାଡି ଗାଁକୁ ଆସିପାରେ ନାହଁ ଫଳରେ ମେଡିକାଲ ସମୟରେ ରୋଗୀକୁ ଟେକିଟେକି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ନିଆଯାଏ।

ଗ୍ରାମବାସୀ ଯେତେ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଯାହାଫଳରେ ରାସ୍ତାରେ ଯିବାଆସିବା କରିବାରେ ନାନା ସମସ୍ଯା ଦେଖାଦେଉଛି। ତେଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ସମସ୍ଯାର ସମାଧାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଯଦି ତୁରନ୍ତ ଏହି ରାସ୍ତା କରା ନ ଯାଏ ତେବେ ଆଗାମୀ ଦିନରେ ଭୋଟ ବର୍ଜନ ସହ ରାଜରାସ୍ତାକୁ ଓଲ୍ଲାଇ ବାକୁ ଗ୍ରାମବାସୀ ମାନେ ଚେତାବନି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.