Below header

ମିରର ସାମ୍ନାରେ ସଜେଇ ହେଉଛି ବିଲେଇ ! କ୍ୟୁଟ ଅନ୍ଦାଜର ମଜା ନେବା ପାଇଁ ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ଜୀବ ଜନ୍ତୁଙ୍କର କ୍ୟୁଟ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ନିଶ୍ଚିନ୍ତ ରୂପେ ଦେଖୁଥିବେ । କିଛି ଲୋକ ମାନେ ଜୀବଜନ୍ତୁଙ୍କୁ ଏମିତି ପ୍ରେମ କରନ୍ତି ଯେ ସେମାନଙ୍କୁ ନିଜ ପରିବାରର ଏକ ସଦସ୍ୟ ଭାବେ ଦେଖନ୍ତି । ଆଉ ସେମାନଙ୍କର ଛୋଟ ଛୋଟ କ୍ୟୁଟ ହରକତ ଗୁଡିକୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ତ ଅନେକଙ୍କର ସଉକ ପାଲଟି ଗଲାଣି । ଏଇ ନିକଟରେ ଏକ ପୋଷା ବିଲେଇର ଏକ କ୍ୟୁଟ ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଟ୍ୱିଟରର Buitengebieden ନାମକ ଆକାଉଣ୍ଟରେ ଅନେକ ଭିଡିଓକୁ ଡାଇରେକ୍ଟ ସେୟାର କରାଯାଇଥାଏ । ଏଇ ନିକଟରେ ଏହି ଆକାଉଣ୍ଟରୁ ବିଲେଇର ଏକ କ୍ୟୁଟ ଭିଡିଓ ଅପଲୋଡ଼ ହୋଇଛି । ଭିଡିଓଟିରେ ଆପଣ ଦେଖିପାରିବେ ବିଲେଇ ଟିଏ କେମିତି ଏକ ବେଡ଼ ଉପରେ ବସିଛି ଆଉ ମିରର ଦେଖିବା ପାଇଁ ସବୁଠୁ ବେଷ୍ଟ ଆଙ୍ଗଲ କେଉଁଟା ଖୋଜୁଛି । ଆଉ ସାମ୍ନାକୁ ମିରର ଆସିବା ପରେ ଖୁବ ମଜାଦାର ଅନ୍ଦାଜରେ ନିଜକୁ ସଜେଇବାକୁ ଚେଷ୍ଟା କରୁଛି ବିଲେଇଟି ।

 

ନିଜ ପଂଞ୍ଝକୁ କାନ ପଛ ପଟକୁ ନେଇଯାଉଛି । ସତେ ଯେମିତି ଲାଗୁଛି ମିରର ଦେଖି ନିଜ ମୁଣ୍ଡ କୁଣ୍ଡେଇବାକୁ ଚେଷ୍ଟା କରୁଛି ବିଲେଇଟି । ଆଉ ଖୁବ ମଜାଳିଆ ଅନ୍ଦାଜରେ ନିଜ ଦୁଇ ଗୋଡ଼ରେ ଛିଡା ବି ହୋଇଯାଉଛି । ମିରର ସାମ୍ନାରେ ଏତେ ମଜ୍ଜି ଯାଉଛିଯେ କ୍ଷଣିକ ପାଇଁ ବି ନିଜ ନଜର ସେଠାରୁ ହଟାଇବାକୁ ରାଜି ହେଉନି । ସୋସିଆଲ ମିଡ଼ିଆ ୟୁଜର୍ସ ମାନେ ଭିଡିଓଟିକୁ ଖୁବ ପସନ୍ଦ କରିଥିବା ବେଳେ କମେଣ୍ଟରେ ଲେଖିଛନ୍ତି, ହୁଏତ ମଣିଷ ଯେବେ ପ୍ରଥମ ଥର ପାଇଁ ମିରର ସାମ୍ନାକୁ ଯାଇଥିବ ଠିକ ଏମିତି ହିଁ ଏକ ହରକତ କରିଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.