Below header

ଠାକୁରାଣୀ ଭୋଗ କାଇ ଗାଁ ଲୋକେ ଅସୁସ୍ଥ, ୬ ଜଣଙ୍କ ଅବସ୍ଥା ଗୁରୁତର

ଜଳେଶ୍ୱର(କେନ୍ୟୁଜ୍): ଠାକୁରାଣୀଙ୍କ ଭୋଗ ଖାଇ ୬ ଜଣ ଗ୍ରାମବାସୀ ଅସୁସ୍ଥ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଚଡ ଚୋରମରା ଗାଁରେ ଏହି ଘଟଣା ଘଟିଛି । ଏଠାକାର ଦୃପଦ ମହାନ୍ତିଙ୍କ ଘରେ ଗତକାଲି ରାତିରେ ମା ମନସା ଠାକୁରାଣୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜା ସରିବା ପରେ ଗ୍ରାମବାସୀ ଠାକୁରାଣୀଙ୍କ ଭୋଗ ଖାଇଥିଲେ । ତେବେ ଭୋଗ ଖାଇବାର କିଛି ଘଣ୍ଟା ପରେ କେତେଜଣ ଅସୁସ୍ଥ ଅନୁଭବ କଲେ । ସେମାନଙ୍କର ଝାଡାବାନ୍ତି ଆରମ୍ଭ ହୋଇଥିଲା । ସେମାନଙ୍କ ମଧ୍ଯରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆକ୍ରାନ୍ତଙ୍କ ମଧ୍ଯରେ ମହିଳା ଏବଂ ଛୋଟ ପିଲା ମଧ୍ଯ ରହିଛନ୍ତି। ଖବର ପାଇ ଜଳେଶ୍ବର ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ତେସନର କର୍ମକର୍ତ୍ତାମାନେ ଗାଁରେ ପହଞ୍ଚି ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.