ଗଜପତି: ଗୁଣିଗାରେଡି ସନ୍ଦେହ ରେ ମା ଓ ପୁଅକୁ  ମାଡ଼, ଥାନାରେ ମାମଲା

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ଦୁଇ ଜଣ ହେଲେ  ମା ରମ୍ଭା ନାୟକ ଏବଂ ପୁଅ କିଶୋର ଚନ୍ଦ୍ର ନାୟକ । ରମ୍ଭାଙ୍କ ଝିଅ ଶିବାନୀ ନାୟକଙ୍କ ମୋହନା ଥାନାରେ ଲିଖିତ ଅଭିଯୋଗ ପ୍ରକାରେ ଆଜି ସକାଳ ସମୟରେ ଗୁଣିଗାରେଡିକୁ ସନ୍ଦେହ କରି  ଗ୍ରାମରେ କଙ୍ଗାରୁ କୋର୍ଟ କରାଯାଇଥିଲା। ସେଠାରେ ମାଁ ଓ ପୁଅକୁ ଉପସ୍ଥିତ କିଛି ଗ୍ରାମବାସୀ ସେମାନେ ଗୁଣି ଗାରେଡ଼ି କରୁଛନ୍ତି ଫଳରେ ଲୋକେ ରୋଗରେ ପଡି ଖର୍ଚ୍ଚାନ୍ତ ହେଉଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମବାସୀଙ୍କର  ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଏହି ଟଙ୍କା ସେମାନେଙ୍କୁ ଦବା ପାଇଁ ବାଧ୍ୟ କରିଥିଲେ।   କିନ୍ତୁ ମା ପୁଅ କହିଥିଲେ ଆମେ କୁଲି ମୂଲିଆ ଖଟି କରି ବଞ୍ଚୁଛୁ ଆମେ ଏତେ ଟଙ୍କା କେଉଁଠୁ ଆଣିବୁ? ସେହି ସମୟରେ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତରେ ଗ୍ରାମର କିଛି ଲୋକ ରମ୍ଭା ଏବଂ ତାଙ୍କ ପୁଅ କିଶୋରକୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି । ଗ୍ରାମବାସୀଙ୍କ ଅତର୍କିତ ଆକ୍ରମଣ ପରେ ଘଟଣା ସ୍ଥଳରେରେ ଉଭୟଙ୍କ ଅଵସ୍ଥା ଗୁରୁତର ଥିବା ହେତୁ ପ୍ରଥମେ ମୋହନା ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି  । ଏ ନେଇ ମୋହନା ଥାନାରେ ଝିଅର ଏତଲା କ୍ରମେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.