ଯାଜପୁର: ଅଟଳ ହତ୍ୟା ମାମଲାରେ ଦିଗହରା ପୋଲିସ ତଦନ୍ତକୁ ନେଇ ଥାନା ସମ୍ମୁଖରେ ଧାରଣା

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ମଙ୍ଗଳପୁର ଥାନା ଇସ୍‌ମାଇଲ୍‌ପୁର ଗ୍ରାମର ସୁବାସ କୁଅଁର ଓରଫ୍ ଅଟଳ ହତ୍ୟା ମାମଲାରେ  ପୁଲିସର ଦିଗହରା ତଦନ୍ତ ପ୍ରତିବାଦରେ ଅଟଳଙ୍କ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ମଙ୍ଗଳପୁର ଥାନା ସମ୍ମୁଖରେ ବସି ରହିଛନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ପ୍ରକୃତ ଅପରାଧୀଙ୍କୁ ନ ଧରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ସୂଚନା ଦେଇଛନ୍ତି। ହତ୍ୟା ଘଟଣାକୁ ୨୬ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍ କେବଳ ଅଟଳଙ୍କ ପତ୍ନୀ ମମତାଙ୍କୁ  ଗିରଫ କରି ଏକମାତ୍ର ଅଭିଯୁକ୍ତଭାବେ ଜେଲ୍ ପଠାଇ  ହାତବାନ୍ଧି ବସିଛି । ଏପରିକି ଏହି ହତ୍ୟା ମାମଲାରେ ସ୍ଥାନୀୟ ଅଞ୍ଚଳର ବହୁ ହେଭିୱେଟଙ୍କ ସମ୍ପୃକ୍ତି ଥିବାରୁ ପୁଲିସ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବାର  ଅଭିଯୋଗ ହୋଇଛି।

ଆଜି ସକାଳୁ ଏହି ଧାରଣା ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଜାରି ରହିଥିଲେ ମଧ୍ୟ ସ୍ଥାନୀୟ ପୋଲିସ କୌଣସି ସନ୍ତୁଷ୍ଟଜନକ ଉତ୍ତର ଦେଇପାରି ନାହିଁ। ଆବଶ୍ୟକ ପଡ଼ିଲେ ପୁରା ରାତି ସାରା ଧାରଣା  ରେ ବସିବେ ବୋଲି ଗ୍ରାମବାସୀ କହିଛନ୍ତି।

ସେପଟେ ଘଟଣା ସମ୍ପର୍କରେ ପଚାରିବାବେଳକୁ ଏସପିଙ୍କୁ ପଚାରିବାକୁ ପରାମର୍ଶ ଦେଉଛନ୍ତି ଥାନା ବାବୁ । ଅଟଳ ହତ୍ୟାକାଣ୍ଡ ଘଟଣା ଯେତିକି ଦିନ ଗଡୁଛି,ସେତିକି ପୋଲିସର ତଦନ୍ତ ପ୍ରକ୍ରିୟା ଶିଥିଳ ହେବାରେ ଲାଗିଛ ବୋଲି ଆନ୍ଦୋଳନରତ ଗ୍ରାମବାସୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.