Below header

ବାଙ୍କୀ : ଘୂରି ବୁଲୁଛି ଭାଇରାଲ ଅଡ଼ିଓ, ଘଟଣା ଏବେବି ରହସ୍ୟମୟ

ବାଙ୍କୀ (କେନ୍ୟୁଜ୍‌) : ସତ କଣ ମିଛ କଣ ଜଣା ନାହିଁ । ହେଲେ ଭାଇରାଲ ଅଡ଼ିଓକୁ ନେଇ ଏବେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଭାରି ଚର୍ଚ୍ଚା । ଏହି ଫୋନ୍‌ ଅଡ଼ିଆରେ କୁଆଡ଼େ ତହସିଲ ଅଫିସ୍‌ର ବଡ଼ ବାବୁ ଲାଞ୍ଚ ମାଗୁଛନ୍ତି । ଏଭଳି କିଛି କଥାବାର୍ତ୍ତାର ଅଡିଓ ଲୋକଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି । ଅଭିଯୋଗ ଆସିଛି ବାଙ୍କୀ ଡମପଡ଼ା ଅଞ୍ଚଳରୁ । କୁଆଡ଼େ ଜମି କିସମ ପରିବର୍ତ୍ତନ କରିବାକୁ ବଡ଼ବାବୁ ଏହି ଲାଞ୍ଚ ମାଗିଥିଲେ ।

ଏମିତିକି ଅଡ଼ିଓରେ ଥିବା ସ୍ୱର ତାଙ୍କର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।ଅବଶ୍ୟ ଏହାକୁ ନେଇ ବଡ଼ବାବୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ତାଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍‌ ଉଠାଇ ନାହାନ୍ତି । ଅନ୍ୟପଟେ ଅଭିଯୋଗକାରୀ ମଧ୍ୟ କୌଣସି ଠାରେ ଘଟଣାକୁ ନେଇ ଅଭିଯୋଗ କରି ନାହାନ୍ତି । ତଥାପି ସାଧାରଣ ଲୋକେ ଚାହୁଁଛନ୍ତି ଘଟଣାର ତଦନ୍ତ ହେଉ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.