ଜିଓର ସ୍ପେଶାଲ ପ୍ଲାନ, ୪୦ରୁ କମ ଟଙ୍କାରେ ପାଇପାରିବେ ଡାଟା ସୁବିଧା

ଦେଶର ଟେଲିକମ ବଜାରରେ ରିଲାଏନ୍ସ ଜିଓ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ପ୍ରାୟ ଅନ୍ୟ ସମସ୍ତ ପ୍ଲାନ ତୁଳନାରେ ଜିଓର ପ୍ଲାନ କିଛିଟା ଶସ୍ତା ରହୁଥିବା ବି ଆମେ ଲକ୍ଷ କରିଛେ । ଏମିତିରେ ଜିଓ ପାଖରେ ଦୁଇ ପ୍ରକାରର ପ୍ରି-ପେଡ଼ ପ୍ଲାନ ଥିବା ବେଳେ ଏମଧ୍ୟରୁ ଗୋଟିଏକୁ ସ୍ମାର୍ଟଫୋନ ପାଇଁ ହୋଇଥିବା ବେଳେ ଅନ୍ୟଟି ଫିଚର ଫୋନ ପାଇଁ ବ୍ୟବହାର କରାଯାଇଥାଏ । ଜିଓ ଫୋନର ପ୍ଲାନ ଅନ୍ୟ ସମସ୍ତ ସ୍ମାର୍ଟଫୋନ ପ୍ଲାନ ଠାରୁ ଖୁବ ଶସ୍ତାରେ ଉପଲବ୍ଧ ହୋଇଥାଏ । ତେବେ ଆଜି ଆସନ୍ତୁ ଜିଓର ସବୁଠୁ ଶସ୍ତା ପ୍ଲାନ ବିଷୟରେ ଆଜି ଜାଣିବା ।

jio plan

ଜିଓ ଫୋନ ପାଇଁ ସବୁଠୁ ଶସ୍ତା ପ୍ଲାନର ମୂଲ୍ୟ ୩୯ ଟଙ୍କା । ଜିଓର ଏହି ପ୍ଲାନରେ ଆପଣଙ୍କୁ ସମସ୍ତ ନେଟୱାର୍କକୁ ଅନଲିମିଟେଡ଼ କଲିଙ୍ଗ ସୁବିଧା ମିଳିବ । ଏହାବାଦ ଏହି ପ୍ଲାନରେ ୧୪୦୦ ଏମବି ଇଣ୍ଟରନେଟ ସୁବିଧା ମିଳିବ । ଯାହାର ବୈଧତା ୧୪ ଦିନ ପର୍ଯ୍ୟନ୍ତ ରହିବ । ଅର୍ଥାତ ପ୍ରତିଦିନ ପ୍ରତିଦିନ ୧୦୦ ଏମବି ଡାଟା ସୁବିଧା ମିଳିପାରିବ । ଆଉ ଡାଟା ସରିବା ପରେ ୬୪ kbps ସ୍ପୀଡରେ ଇଣ୍ଟରନେଟ ସୁବିଧା ମିଳିଛି । ଏହି ପ୍ଲାନରେ ବି ଜିଓର ଅନ୍ୟ ସମସ୍ତ ଆପ୍ସର ସବସ୍କ୍ରିପସନ ସୁବିଧା ମିଳିବ ।

ଏହା ସହ ଜିଓର ୬୯ ଟଙ୍କିଆ ବି ଏକ ପ୍ଲାନ ରହିଛି । ପୂର୍ବ ପ୍ଲାନ ଭଳି ଏହି ପ୍ଲାନରେ ବି ୧୪ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ରହିଥାଏ । ଜିଓର ଏହି ପ୍ଲାନରେ ୫୦୦ ଏମବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିଥାଏ । ଅନ୍ୟ ସମସ୍ତ ନେଟୱାର୍କକୁ ଅନଲିମିଟେଡ଼ କଲିଙ୍ଗ ସହ ଜିଓର ସମସ୍ତ ଆପର ସବସ୍କ୍ରିପସନ ମିଳିଯାଇପାରିବ । ଜିଓର ୨୮ ଦିନିଆ ପ୍ଲାନର ମୂଲ୍ୟ ୭୫ ଟଙ୍କା ରଖାଯାଇଛି । ଏଥିରେ ଗ୍ରାହକଙ୍କୁ ୫୦୦ ଏମବି ବାଦ ୨୦୦ ଏମବ ଏକ୍ସଟ୍ରା ଡାଟା ମିଳିଯାଇପାରିବ । କିନ୍ତୁ ଯଦି ଆପଣ ଅଧିକ ଡାଟା ଚାହୁଁଛନ୍ତି ତେବେ ୧୫୫ ଟଙ୍କିଆ ପ୍ଲାନର ରିଚାର୍ଜ କରାଇ ପାରିବେ । ଏଥିରେ ୨୮ ଦିନର ବୈଧତା ରହୁଥିବା ବେଳେ ପ୍ରତିଦିନ ୧ ଯିବି ଡାଟା ସୁବିଧା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.