Below header

ସୂର୍ଯ୍ୟ ପରାଗ ୨୦୨୧ : ଜୁନ୍‌ ୧୦ରେ ଲାଗୁଛି ସୂର୍ଯ୍ୟ ପରାଗ, ପରାଗ ସମୟରେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଗର୍ଭବତୀ ମହିଳା

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍‌ ୧୦ରେ ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କିଛି ଖାସ୍‌ ନିୟମ ପାଳନ କରିବା ଉଚିତ୍‌ । ବିଶେଷକରି ଗର୍ଭବତୀ ମହିଳାମାନେ ଏଥିପ୍ରତି ଅଧିକ ସତର୍କ ରହିବା ଉଚିତ୍‌ ।

ବୈଜ୍ଞାନିକ ଓ ଆଧ୍ୟତ୍ମିକ ଦୃଷ୍ଟିରୁ ଏହାକୁ ବହୁତ ମହତ୍ତ୍ୱପୂର୍ଣ୍ଣ ଘଟଣା ମନାଯାଏ । ଯେଉଁଥିପାଇଁ ପରାଗର ପ୍ରଭାବ ପୃଥିବୀ ପୃଷ୍ଟର ସବୁ ବସ୍ତୁ ଉପରେ ପଡ଼ିଥାଏ । ବିଶେଷକରି ମନୁଷ୍ୟ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ । ଚଳିତବର୍ଷ ମୋଟ ୪ଟି ଗ୍ରହଣ ଲାଗିବ । ଯେଉଁଥିରେ ୨ଟି ସୂର୍ଯ୍ୟ ପରାଗ ରହିବ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖରେ ପଡ଼ିବ । ଗ୍ରହଣ ସମୟରେ କିଛି ଖାସ୍‌ ନିୟମ ପାଳନ କରିବା ପାଇଁ ଜ୍ୟୋତିର୍ବିତମାନେ ପରାମର୍ଶ ଦେଇଛନ୍ତି ।

ସୂର୍ଯ୍ୟ ପରାଗ ଲାଗିବାର ସମୟ :

ସୂର୍ଯ୍ୟ ପରାଗ ୧୦ ଜୁନ୍‌ ଅର୍ଥାତ ଗୁରୁବାର ଦିନ ମଧ୍ୟାହ୍ନ ୧ଟା ୪୨ ମିନିଟ୍‌ ରେ ସ୍ପର୍ଶ (ଲାଗିବା) ଆରମ୍ଭ ହେବ । ପୁରା ୫ ଘଣ୍ଟା ପରେ ଅର୍ଥାତ୍‌ ସନ୍ଧ୍ୟା ୬ଟା ୪୧ ମିନିଟ୍‌ରେ ପୂର୍ଣ୍ଣ ମୋକ୍ଷ ହେବ ବା ଛାଡ଼ିବ । ସୂର୍ଯ୍ୟ ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ପାଳନ ବିଧି ଆରମ୍ଭ ହେବ । ତେବେ ଏହି ଗ୍ରହଣ ଭାରତକୁ ଦୃଶ୍ୟ ହେବ ନାହିଁ । ତେଣୁ ଭାରତରେ ପରାଗ ପାଇଁ ଖାଦ୍ୟ ନିୟମର ପାଳନ ବିଧି ଓ ଦେବ ପୂଜା ସମ୍ପର୍କୀତ ବିଧି ପାଳନ ହେବ ନାହିଁ । ଏହି ଗ୍ରହଣ ଆମେରିକା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟଲାଟିକାରେ ନଜର ଆସିବ ।

ଖାସ୍‌ ଗର୍ଭବତୀ ମହିଳା ରଖିବେ ଏହି କଥା ପ୍ରତି ଧ୍ୟାନ :

ଯଦିଓ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟ ହେଉ ନଥିବାରୁ ପାଳନ ହେବ ନାହିଁ । ତେବେ ଜ୍ୟୋତିଷ ଶାସ୍ତ୍ର ଗର୍ଭବତୀ ମହିଳାଙ୍କ ପାଇଁ କିଛି ଖାସ୍‌ ନିୟମ ପାଳନ କରିବାକୁ ଉପଦେଶ ଦେଇଛନ୍ତି । ଜାଣନ୍ତୁ ଗର୍ଭବତୀ ମହିଳା କ’ଣ କରିବା ଉଚିତ୍‌ –

– ଗ୍ରହଣ ଆରମ୍ଭ ହେବା ପୂର୍ବରୁ ସ୍ନାନ କରିନେବା ଉଚିତ୍‌ ।

– ଗ୍ରହଣ ସମୟରେ ଯେତେ ସମ୍ଭବ ଭଗବାନଙ୍କ ନାମ ନିଅନ୍ତୁ ।

– ଗ୍ରହଣ ସମୟରେ କ୍ରୋଧ, କାହାର ନିନ୍ଦା ଓ ଖରାପ କାର୍ଯ୍ୟ କରିବାରୁ ବିରତ ରୁହନ୍ତୁ ।

– ଧାରୁଆ ଜିନିଷ ଯଥା କଞ୍ଚ,ଛୁରୀ ଆଦି ବ୍ୟବହାର କରନ୍ତୁ ନାହିଁ ।

– ହାତ ଗୋଡ଼କୁ ସିଧା ରଖନ୍ତୁ । ଏହାକୁ ମୋଡ଼ନ୍ତୁ ନାହିଁ ।

– ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.