ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର ପରେ ମେଡିକାଲରେ ମୃତ ଘୋଷଣା

ଲାଇଟ ହାଉସ ନିକଟରେ ସମୁଦ୍ରରେ ଗାଧୋଇବାବେଳେ ଲହଡ଼ିରେ ଭାସି ଯାଇଥିଲେ। ଲାଇଫଗାର୍ଡ ଦୁଇ ଜଣ ଅର୍ଚ୍ଚିତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

ପୁରୀ(କେନ୍ୟୁଜ୍): ସମୁଦ୍ରରେ ଭାସି ପର୍ଯ୍ୟଟକ ମୃତ। ମୃତ ପର୍ଯ୍ୟଟକ ପଶ୍ଚିମବଙ୍ଗ ବାଙ୍କୁଡାର ୪୧ ବର୍ଷୀୟ ଅର୍ଚ୍ଚିତ ବାନାର୍ଜୀ । ଅର୍ଚ୍ଚିତ ପରିବାର ଲୋକଙ୍କ ସହ ବୁଲିବାକୁ ଆସି ବଳିଆପଣ୍ଡାଠାରେ ରହିଥିଲେ। ଆଜି ପୂର୍ବାହ୍ନରେ ଲାଇଟ ହାଉସ ନିକଟରେ ସମୁଦ୍ରରେ ଗାଧୋଇବାବେଳେ ଲହଡ଼ିରେ ଭାସି ଯାଇଥିଲେ। ଲାଇଫଗାର୍ଡ ଦୁଇ ଜଣ ଅର୍ଚ୍ଚିତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବଳିଆପଣ୍ଡା ଥାନା ପୋଲିସ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.