Below header

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀର ୫ଟି ବିଦ୍ୟାଳୟ ପରିଦର୍ଶନ କଲେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର ୫ଟି ବିଦ୍ୟାଳୟ ପରିଦର୍ଶନ କଲେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ଆଜି ସକାଳୁ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଭୁବନେଶ୍ୱର ୟୁନିଟ -6, ୟୁନିଟ -1, କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୯ ବାଳିକା ହାଇସ୍କୁଲ ଓ ଆଇଆରସି ଭିଲେଜ ସ୍କୁଲ ପରିଦର୍ଶନ କରିଛନ୍ତି ।

vk pandian2

ହାଇସ୍କୁଲରେ ଥିବା ସାଇନ୍ସ ଲ୍ୟାବ, କ୍ଲାସରୁମ୍‌ ଲାେଇବ୍ରେରୀ, ରିଡିଂ ରୁମ୍‌, ଖେଳ ସୁବିଧା ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ଦଶମରେ A1 ଗ୍ରେଡ ପରୀକ୍ଷା ଫଳ ନେଇ ଫାଇଭ ଟି ସଚିବ ଆଲୋଚନା କରିଛନ୍ତି ।vk pandian 1

ହାଇସ୍କୁଲ ଗୁଡିକରେ ଏବେ ଥିବା ଭିତ୍ତିଭୂମି ଏବଂ କଣ କରାଗଲେ, ଏଥିରେ ସୁଧାର ଆସିପାରିବ ସେନେଇ ଫାଇଭ ଟି ସଚିବ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ମୋ ସ୍କୁଲ କାର୍ଯ୍ୟକ୍ରମ କେମିତି ଚାଲିଛି, ପଚାରି ବୁଝିଛନ୍ତି । ଏହାର ପ୍ରଭାବ କିଭଳି ରହିଛି ସେନେଇ ମଧ୍ୟ ଆଲୋଚନା କରିଛନ୍ତି ଭି କେ ପାଣ୍ଡିଆନ୍‌ । ବିଦ୍ୟାଳୟରେ କିଭଳି ସାମଗ୍ରିକ ଭିତ୍ତିଭୂମିରେ ସୁଧାର ଅଣାଯିବ ।

vk pandian

ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣ ଲାଗି ଅନୁକୂଳ, ପ୍ରେରଣାଦାୟୀ, ବୈଜ୍ଞାନିକ ଶୈଳୀରେ ଶିକ୍ଷା ଉପରେ ଫାଇଭ୍‌ ଟି ସଚିବ ଗୁରୁତ୍ୱାରୋପ କରିଛନ୍ତି । ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.