ଟିକାକରଣ ଅଭିଯାନକୁ ଦୁଇଦିନ ବନ୍ଦ କଲେ ମହାରାଷ୍ଟ୍ର ସରକାର, CO-WIN ଆପ୍ ତ୍ରୁଟି ଯୋଗୁଁ ହେଲା ବନ୍ଦ

କରୋନା ଟିକାକୁ ସମଗ୍ର ଦେଶବାସୀ ଚାହିଁ ରହିଥିଲେ। ଟିକା ଆସିବା ପରେ ଗତକାଲି ଠାରୁ ସମଗ୍ର ଦେଶରେ ଦିଆଯାଉଛି। ଏହି ଟିକାକରଣ ପ୍ରକ୍ରିୟା ଦେଶରେ ଚାଲିଥିବା ବେଳେ ଅଭିଯାନକୁ ଦୁଇ ଦିନ ପାଇଁ ବନ୍ଦ କରିଛନ୍ତି ମହାରାଷ୍ଟ୍ର ସରକାର । ଆଜି ଓ ଆସନ୍ତାକାଲି ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । CO-WIN ଆପ୍‌ରେ ତ୍ରୁଟି ଯୋଗୁଁ ଏହାକୁ ବନ୍ଦ କରାଯାଇଛି । ୧୯ ତାରିଖରୁ ପୁଣି ଟିକାକରଣ କରାଯିବ ।

ଗତକାଲି ସକାଳ ସାଢ଼େ ୧୦ଟାରୁ ଟିକାକରଣ ଅଭିଯାନ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିଲା । ସବୁ ପ୍ରସ୍ତୁତି ପୂର୍ବରୁ ଶେଷ ହୋଇଥିଲା । ପ୍ରଥମ ଦିନରେ ୨୮ ହଜାର ୫୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ପ୍ରଥମ ଦିନରେ ୧୮ ହଜାର ୩୩୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଭ୍ୟାକସିନ ଦିଆଯାଇଛି । CO-WIN ଆପ୍‌ରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା । ହିତାଧୀକାରୀଙ୍କ ନାଁ CO-WIN ଆପ୍‌ରେ ଦେଖାଯାଇନଥିଲା । ଏଥିପାଇଁ ଦୁଇ ଦିନ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.