ଭଦ୍ରକ: ବେଆଇନ ଗୋରୁ ଚାଲଣ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୫ ଗୋରୁ ମୃତ ୨୫ ଉଦ୍ଧାର

ଭଦ୍ରକ(କେନ୍ୟୁଜ୍):  ବେଆଇନ ଭାବେ ହେଉଥିବା  ଗୋରୁ ଚାଲଣ ପିକ ଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ। ଗାଡିରେ ଥିବା  ଗୋରୁ ମଧ୍ୟରୁ ୫ ଗୋରୁ ମୃତ ହୋଇଥିବା ବେଳେ ୨୫ ଗୋରୁ ଉଦ୍ଧାର ହୋଇଛନ୍ତି । ଏହି ବେଆଇନ ଗୋରୁଚାଲଣ ପ୍ରତିବାଦରେ ଭଦ୍ରକ -ଧାମନଗର ରାସ୍ତାର ଭଣ୍ଡାରୀ ପଦୀ  ଛକ ନିକଟରେ ରାସ୍ତା ରୋକ କରି  ଆନ୍ଦୋଳନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଘଟଣା ସ୍ଥଳରେ  ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ଲାଗି ରହିଛି।   ଆଜି ଭୋର ସମୟରେ  ଭଦ୍ରକରୁ ଧାମନଗର ଅଭିମୁଖେ ଗୋଟିଏ ପିକ ଅପ ଭ୍ୟାନରେ  ବେଆଇନ ଭାବେ ଗୋରୁ ବୋଝେଇ ହୋଇ ଯାଉଥିଲା।

pick up van 1

ଏହି ସମୟରେ ଗାଡିର ପତି ଭାଙ୍ଗି ଯିବା ଯୋଗୁଁ ପିକଅପ ଭ୍ୟାନଟି ଧାମନଗର ରାସ୍ତାର ଭଣ୍ଡାରୀ ପଦୀ ଛକ ନିକଟରେ ଓଲଟି ପଡିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଜଣକ କେଉଁ ଆଡେ ଫେରାର ହୋଇ ଯାଇଛି। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ଭ୍ୟାନ ମଧ୍ୟରୁ ଗୋରୁ ଗୁଡିକୁ ଉଦ୍ଧାର କରିଛନ୍ତି। ହେଲେ ଗାଡି ଭିତରେ ଥିବା ୨ ଗୋଟି ଷଣ୍ଢ ,୩ଟି ଗାଇଙ୍କ ମୃତ୍ୟୁ ହୋଇ ଯାଇଥିଲା।  ପରେ ଅନ୍ୟ ୨୫ଟି ଗୋରୁଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏହି ବେଆଇନ ଗୋ ଚାଲାଣ ପ୍ରତିବାଦରେ ସ୍ଥାନୀୟ ଲୋକମାନେ ଧାମନଗର ମୁଖ୍ୟ ରାସ୍ତାର ଭଣ୍ଡାରୀ ପଦୀ ଛକ ନିକଟରେ ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି। ଘଟଣା ସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.