Below header

ରାଜ୍ୟରେ ଜାରି ରହିଛି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଏଥର ୮୦% ଅନ୍‌ଲାଇନ ଆବେଦନ: CEO

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୨୦ହଜାର ଫର୍ମ ଆସିଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ଏହା ୮୦% ଅନ୍‌ଲାଇନ ଆବେଦନ ବୋଲି ସେ କହିଛନ୍ତି। ଭୋଟର ପରିଚୟ ପତ୍ରରେ ତ୍ରୁଟି ଥିଲେ ସଂଶୋଧନ କରିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ଭୋଟର ନିଜର ନାଁ ଓ ଏପିକି ଆଇଡି ଚେକ୍‌ କରିପାରିବେ।

ଏଥିସହିତ ୨୧ତାରିଖରେ ଏଥିପାଇଁ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ। ନାମ ଯୋଡ଼ିବା ପାଇଁ ଫର୍ମ- 6, ନାମ କାଟିବା ପାଇଁ ଫର୍ମ-7, ନାମ ସଂଶୋଧନ ପାଇଁ ଫର୍ମ- 8 ବ୍ୟବହାର କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଫର୍ମ 8Aରେ ସ୍ଥାନାନ୍ତର ହୋଇଥିଲେ ଆବେଦନ କରିପାରିବେ ଓ ବିଏଲଓମାନଙ୍କ ପାଖରେ ଏହି ସଂଶୋଧନ କରାଯାଇପାରିବ କହିଛନ୍ତି । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ମଧ୍ୟ ସଂଶୋଧନ କରାଯାଇପାରିବ। ଏପିକି ନମ୍ବର ସ୍ପିଡ ପୋଷ୍ଟରେ ପଠାଯିବାର ବ୍ୟବସ୍ଥା ରହିଥିବାରୁ ସଠିକ ଠିକଣା ଦେବାକୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.