ଦୁର୍ଘଟଣାରେ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରର ୬ ଜଣଙ୍କ ମୃତ୍ୟୁ ପରେ ପରିବାରକୁ ଭେଟିଲେ ମନ୍ତ୍ରୀ

ବିହାରର ସିକନ୍ଦରା ଶେଖପୁରା ଏନ୍‌ଏଚ୍‌-୩୩୩ରେ ହଲସୀ ଥାନା ଅଧୀନସ୍ଥ ପିପରା ଗାଁ ନିକଟରେ ମଙ୍ଗଳବାର ଦିନ ଏକ ଟ୍ରକ୍‌ ଓ ସୁମୋ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ହେଉଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ଓ ଜଣେ ଡ୍ରାଇଭର। ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ସୁଶାନ୍ତ ସିଂହ ରାଜପୁତଙ୍କ ଭିଣୋଇ ଲାଲଜିତ୍‌ ସିଂହଙ୍କ ମଧ୍ୟ ଅଛନ୍ତି। ଏଥିସହ ତାଙ୍କର ୨ ଭଉଣୀ ଓ ୩ ଜଣ ଅନ୍ୟ ସମ୍ପର୍କୀୟ ବି ଅଛନ୍ତି।

ତେବେ ଏ ନେଇ ଜାଣିବା ପରେ ବିହାର ସରକାରଙ୍କ ମନ୍ତ୍ରୀ ତଥା ସମ୍ପର୍କୀୟ ନୀରଜ ସିଂହ ବବଲୁ ଜମୁଇର ଭନ୍ଦରା ଗାଁରେ ପହଞ୍ଚିଛନ୍ତି। ତାଙ୍କ ସହ ହରିୟାଣାର ଏଡିଜିପି ତଥା ସୁଶାନ୍ତଙ୍କ ଭିଣୋଇ ଓପି ସିଂହ ମଧ୍ୟ ଉପସ୍ଥିତ ଥିଲେ। ପ୍ରକାଶ ଯେ ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଓପି ସିଂହଙ୍କ ଭଉଣୀଙ୍କ ମୃତ୍ୟୁ ହୋଇଛି।

ssr2

ସୂଚନାଯୋଗ୍ୟ ଯେ ଜମୁଇ ଜିଲ୍ଲାର ଖେରା ଥାନା ଅଞ୍ଚଳର ସଗଦାହା ଭନ୍ଦରା ଗାଁର ବାଲ୍ମୀକି ସିଂହଙ୍କ ପତ୍ନୀ ଗୀତା ଦେବୀଙ୍କ ଶବ ସଂସ୍କାର କରି ଚାଳକ ସମେତ ୧୦ ଜଣ ଏକ ସୁମୋରେ ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ନିକଟରେ ସ୍କୁଲ ପାଖରେ ସାମ୍ନା ପଟୁ ଆସୁଥିବା ଏକ ଏଲ୍‌ପିଜି ସିଲିଣ୍ଡର ଲଦା ଟ୍ରକ ଭାରସାମ୍ୟ ହରାଇ ତାଙ୍କ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗାଡ଼ିରେ ଥିବା ୭ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ୭ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଆଉ ୨ ଗୁରୁତରଙ୍କୁ ଡାକ୍ତର ପାଟଣା ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ବାଲ୍କୀକି ସିଂହ, ଲାଲଜିତ ସିଂହ, ଅମିତ ଶେଖର ଓରଫ ନେମାନୀ ସିଂହ, ରାମଚନ୍ଦ୍ର ସିଂହ, ବେବି ଦେବୀ, ଅନିତା ଦେବୀ ଓ ପ୍ରୀତମ କୁମାର (ଡ୍ରାଇଭର) ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.