ଶୀତଦିନେ ଶୋଇବା ପୂର୍ବରୁ ନିଶ୍ଚିତ ଭାବେ ପିଅନ୍ତୁ ଅଞ୍ଜିର ସହିତ କ୍ଷୀର, ଜାଣନ୍ତୁ କ’ଣ ମିଳିବ ଫାଇଦା

ଅଞ୍ଜିରରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଏ, ସି, ଇ, କେ ଫାଇବର, ମ୍ୟାଗ୍ନେସିଅମ, କ୍ୟାଲସିଅମ, ପୋଟାସିଅମ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ କଞ୍ଚା ଅଞ୍ଜିର ତୁଳନାରେ ଶୁଖିଲା ଅଞ୍ଜିରରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ୧୦୦ ଗ୍ରାମ ଶୁଖିଲା ଅଞ୍ଜିରରେ ପାଖାପାଖି ୯.୮ ଗ୍ରାମ ଡାଏଟ୍ରୀ ଫାଇବର ରହିଥାଏ। ଯେବେ କି କଞ୍ଚା ଅଞ୍ଜିରରେ ୨.୯ ଗ୍ରାମ ଫାଇବର ରହିଥାଏ।

ଅଞ୍ଜିର ବା ଫିଗ ଏକ ହାଇଫ୍ରୁଟ। ଏହା ବହୁତ ରୋଗର ଉପଚାର ମଧ୍ୟ କରିଥାଏ । ଅଞ୍ଜିରରେ ଜିଙ୍କ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଆଇରନ୍ ପରି ପୋଷକ ତତ୍ୱ ରହିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଫାଇବର ମଧ୍ୟ ରହିଛି । ଅଞ୍ଜିରରେ ବହୁ ମାତ୍ରାରେ ପୋଟାସିୟମ ଥାଏ ଯାହା ଶରୀରରେ ଶର୍କରାସ୍ତରକୁ ନିୟନ୍ତ୍ରଣ କରିଥାଏ । ଅଞ୍ଜିର ଖାଇବା ଦ୍ୱାରା ଟାଇପ-୨ ମଧୁମେହ ରୋଗର ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ । କେବଳ ମଧୁମେହ ନୁହଁ ଅନ୍ୟାନ୍ୟ କେତେକ ରୋଗକୁ ମଧ୍ୟ ଅଞ୍ଜିର ନିୟନ୍ତ୍ରଣ କରିଥାଏ ।

ତେବେ ଶୀତଦିନେ ଶୋଇବା ପୂର୍ବରୁ କ୍ଷୀର ଏବଂ ଅଞ୍ଜିର କ୍ଷୀର ପିଇଲେ ଅନେକ ଫାଇଦା ମିଳିଥାଏ। ଏପରି ଡ୍ରିଙ୍କସ ବନାଇବା ପାଇଁ ୩ଟି ଶଖିଲା ଅଞ୍ଜିରକୁ ନେଇ କ୍ଷୀରରେ ମିଶାଇ ଫୁଟାଇ ଦିଅନ୍ତୁ ଏବଂ ଏଥିରେ ୨-୩ କେସର ପକାଇ ଦିଅନ୍ତୁ।

anjir

ଶୀତଦିନେ ଏହି ଡ୍ରିଙ୍କ ପିଇଲେ ଶରୀରକୁ ଆବଶ୍ୟକୀୟ ପୋଷଣ ମିଳିଥାଏ। ଏହାଛଡା ଅଞ୍ଜିରକୁ ଅଧା କପ ଗରମ ପାଣିରେ ଭିଜାଇ ଅଧ କପ୍‌ କ୍ଷୀରରେ ଫୁଟାଇ ଡ୍ରିଙ୍କ ବନାଇ ପିଇପାରିବେ।

ଅଞ୍ଜିର ସହିତ କ୍ଷୀର ମିଶାଇ ପିଇବା ଦ୍ୱାରା ଇମ୍ୟୁନିଟି, ହାଡ, ଦାନ୍ତ ପାଇଁ ଲାଭଦାୟକ ହୋଇଥାଏ। ମସ୍ତିଷ୍କ ସୁସ୍ଥ ରଖିବା ସହିତ ଯଦି ଆଣ୍ଠୁଗଣ୍ଠି ଫୁଲିବା ସମସ୍ୟା ଥିଲେ କମ୍‌ କରେ। ମାଂସପେଶୀ ଯନ୍ତ୍ରଣା କମ୍‌ କରିଥାଏ। ପାଚନ, ମେଟାବଲିଜିମ୍‌ ସୁଧାର ଆଣିଥାଏ।

କ୍ଷୀର ସହିତ ଅଞ୍ଜିର ମିଶାଇ ପ୍ରସ୍ତୁତ ହେଉଥିବା ଡ୍ରିଙ୍କରେ ପ୍ରୋଟିନ, ମିନେରାଲ ଭରପୂର ମାତ୍ରାରେ ରହିଥାଏ। ଏହାକୁ ଗରମ ପିଇବା ଦ୍ୱାରା ଟ୍ରିପ୍ଟୋଫେନ ଏବଂ ମେଲାଟୋନିନ ନାମକ ତତ୍ତ୍ୱ ରହିବା କାରଣରୁ ନିଦ ଆସିବାରେ ସହାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.