ଖାତିର ନାହିଁ! ୭ ବର୍ଷରେ ୧୧୭ ଥର ଚାଲାଣ, ଦେଇ ନ ଥିଲେ ଗୋଟିଏ ବି ଟଙ୍କା; ଯାଞ୍ଚରେ ଧରା ପଡ଼ିବା ପରେ ପୋଲିସ ନେଲା ଏଭଳି ଆକ୍ସନ

ହାଇଦ୍ରାବାଦରେ ଟ୍ରାଫିକ ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଧରିଛି, ଯାହାଙ୍କର ଏ ପର୍ଯ୍ୟନ୍ତ ୧୧୭ ଥର ଚାଲାଣ କଟି ସାରିଲାଣି। ଏକ ନିୟମିତ ଗାଡ଼ି ଯାଞ୍ଚ ସମୟରେ ପୋଲିସ ଏହି ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇଛି। ଗତ ୭ ବର୍ଷ ଧରି ବ୍ୟକ୍ତି ଜଣକ ପୋଲିସକୁ ଚକମା ଦେଇ ବିନା ହେଲ୍‌ମେଟରେ ବୁଲୁଥିଲେ। ଏବେ ସୁଦ୍ଧା ବ୍ୟକ୍ତିଙ୍କ ଉପରେ ପାଖାପାଖି ୩୦ ହଜାର ଟଙ୍କାର ଜରିମାନା ଲାଗି ସାରିଛି। ବ୍ୟକ୍ତିଙ୍କ ନାମ ଫରୀଦ୍‌ ଖାନ ବୋଲି ଜଣାପଡ଼ିଛି, ଯିଏକି ଜଣେ ସ୍କୁଟି ଚାଳକ। ତାଙ୍କ ଉପରେ ୩୦ ହଜାର ଟଙ୍କାର ଚାଲାଣ ବକେୟା ପଡ଼ିଛି। ବ୍ୟକ୍ତି ଜଣକ ବିନା ହେଲ୍‌ମେଟରେ ଗାଡ଼ି ଚଲାଉଥିବା ବେଳେ ବିଭିନ୍ନ ସମୟରେ ଧରା ପଡ଼ିଥିଲେ। ସେହି ସମୟରେ ପୋଲିସ ତାଙ୍କଠୁ ଚାଲାଣ କାଟିଥିଲା। ଯେତେବେଳେ ଟ୍ରାଫିକ୍‌ ପୋଲିସ ତାଙ୍କ ପଞ୍ଜୀକରଣର ଯାଞ୍ଚ କରିଥିଲା, ତ ୨୯,୭୨୦ ଟଙ୍କାର ମୋଟ ୧୧୭ଟି ଚାଲାଣ କଟିଥିବା ଜାଣିବାକୁ ପାଇଥିଲା।

ଫରୀଦ୍‌ ଖାନ ୭ ବର୍ଷ ହେବ ଗୋଟିଏ ବି ଚାଲାଣର ଜରିମାନା ଭରି ନାହାନ୍ତି। ଏବେ ପୋଲିସ ତାଙ୍କ ଦୁଇ ଚକିଆ ଗାଡ଼ିକୁ ଜବତ କରି ନେଇଛି। ଲମ୍ବିତ ଥିବା ବକେୟା ଚାଲାଣ ରାଶିକୁ ଭରି ନିଜ ଗାଡ଼ି ନେଇଯିବାକୁ ପୋଲିସ କହିଛି। ଏପରି କି, ପୂର୍ବରୁ ତାଙ୍କୁ ଗୋଟିଏ ଥର ଆଇନଗତ ନୋଟିସ୍‌ ମଧ୍ୟ ପଠାଇ ଦିଆଯାଇଥିଲା, ଯେଉଁଥିରେ କୁହାଯାଇଥିଲା କି, ସେ ଚାଲାଣ ରାଶି ତୁରନ୍ତ ଭରନ୍ତୁ, ନଚେତ୍‌ ତାଙ୍କ ଗାଡ଼ି ଜବତ ପାଇଁ ଚାର୍ଜସିଟ ଦାଖଲ କରାଯିବ।

ଏବେ ପୋଲିସ ତାଙ୍କ ଗାଡ଼ି ଜବତ କରି ନେଇଛି ଏବଂ ତାଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଛି। ନୋଟିସ୍‌ରେ କୁହାଯାଇଛି, ଯଦି ସେ ତାଙ୍କ ଗାଡ଼ି ଫେରି ପାଇବାକୁ ଚାହୁଁଛନ୍ତି, ତ ତାଙ୍କୁ ସୁଧ ସହିତ ଜରିମାନା ଭରିବାକୁ ପଡ଼ିବ। Motor Vehicles (MV) ଅଧିନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତି ୧୦ରୁ ଅଧିକ ଥର କଟିଥିବା ଚାଲାଣକୁ ଭରି ନ ଥିବେ, ତା’ ହେଲେ ପୋଲିସ ତାଙ୍କ ଗାଡ଼ିକୁ ଜବତ କରି ନେବ। ଇ-ଚାଲାଣ େଓ୍ଵବ୍‌ସାଇଟ ମୁତାବକ, ୨୦୧୪ରୁ ଜାରି ଅଧିକାଂଶ ଚାଲାଣ ବିନା ହେଲ୍‌ମେଟ ଏବଂ ଭୁଲ୍‌ ପାର୍କିଂ କାରଣରୁ କଟା ଯାଇଛି। କିଛି ଚାଲାଣ ଡ୍ରାଇଭିଂ କରିବା ସମୟରେ ସାର୍ବଜନୀନ ସ୍ଥାନରେ ଫେସ୍‌ ମାସ୍କ ନ ପିନ୍ଧିବା କାରଣରୁ ବି କଟିଛି। ସେହିପରି ଭୁଲ୍‌ ଦିଗରେ ଗାଡ଼ି ଚାଲାଇବା କାରଣରୁ ବି କେତେକ ଚାଲାଣ କଟା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.