Below header

ଫେରନ୍ତା ବିମାନକୁ ଅପେକ୍ଷା, ୟୁକ୍ରେନରେ ଯୁଦ୍ଧ ଯୋଗୁ ଫସିରହିଛନ୍ତି ଅନେକ ଓଡିଆ

ଜଗତସିଂହପୁର/ କରଞ୍ଜିଆ/ଯାଜପୁର/ କୁଚିଣ୍ଡା/ସୋର(କେନ୍ଯୁଜ୍): ଜଗତସିଂହପୁର ଜିଲ୍ଲା ପୌରପରିଷଦ ଅନ୍ତର୍ଗତ ଓହଳ ଗ୍ରାମର ଡାକ୍ତରୀ ଛାତ୍ର ଆଶିଷ କୁମାର ସାହୁ। ଯିଏକି ଫସି ରହିଛନ୍ତି  ୟୁକ୍ରେନରେ। ଉଦ୍ଧାର ପାଇଁ ପରିବାରର ଲୋକେ ନିବେଦନ କରିଛନ୍ତି।ଓହଳ ଗ୍ରାମର ସ୍ବର୍ଗତ ସୁରେନ୍ଦ୍ର ନାଥ ସାହୁଙ୍କ ସାନପୁଅ ଆଶିଷ କୁମାର ସାହୁ ଓରଫ ରାଜା । ୨୦୧୬ ମସିହାରୁ ୟୁକ୍ରେନର ରାଜଧାନୀ କିଭି ସହରର କିଭି ମେଡିକାଲ ୟୁନିଭରସିଟିରେ ଏମ ବି ବି ଏସ ପଢୁ ଛନ୍ତି । ଏବେ ତାଙ୍କର ଶେଷବର୍ଷ । ଜୁଲାଇରେ ପରୀକ୍ଷI ହୋଇଥାନ୍ତା। କିନ୍ତୁ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଧ୍ୟ ଯୋଗୁ ଅନେକ ପିଲା ୟୁକ୍ରେନରେ ଫସି ରହିଛନ୍ତି ।

ଏଣେ ଘରେ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହେଉଛନ୍ତି ଆଶିଷଙ୍କ ପାଇଁ । ଘରେ ବଡ ଭାଇ ,ବୋଉ ଭାଉଜ ,ପୁତୁରା ଝିଆରୀ ମାନେ ବ୍ୟସ୍ତ। କେତେ ବେଳେ ଫେରିବେ ଆଶିଷ। ମାଆଙ୍କ ଦେହ ଭଲ ନାହିଁ ,ସମସ୍ତେ ଭାତର ସରକାରଙ୍କ ନିଷ୍ପତି କୁ ଅନାଇ ବସିଛନ୍ତି । ଅନୁରୋଧ କରିଛନ୍ତି ଶୀଘ୍ର ଭାରତୀୟ ମାନକୁ ଫେରେଇ ଆଣିବାକୁ।

ସେହିଭଳି , ୟୁକ୍ରେନରେ ଫସିରହିଛନ୍ତି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଯୁବକ ପଙ୍କଜ କୁମାର ମହାନ୍ତ। ବାପା ଡମ୍ବୁରୁଧର ମହାନ୍ତ, ଏବଂ ମା ତପସିନୀ ମହାନ୍ତଙ୍କ ବଡ଼ପୁଅ ପଙ୍କଜ। ଏମାନେ ରାଜ୍ୟ ସରକାରଙ୍କୁ ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କ ପୁଅଙ୍କୁ ସେଠାରୁ ସରକାର କିପରି ସୁରକ୍ଷିତ ଭାରତକୁ ଫେରାଇ ଆଣିବେ। ସେଥିପାଇଁ ଆକୁଳ ନିବେଦନ କରିଛନ୍ତି । ସେ ସେଠାରେ ଏବେ ସୁରକ୍ଷିତ ଥିଲେ ମଧ୍ୟ ଏକ ଭୟର ବାତାବରଣ ମଧ୍ୟରେ ରହୁଥିବା କଥା ପରିବାରଙ୍କୁ ବ୍ଯତିବ୍ଯସ୍ତ କରିଦେଇଛି । ତେଣୁ ସେ ମଧ୍ୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି କି ସେଠାରୁ ତାଙ୍କୁ ଯେତେ ଶୀଘ୍ର ହବ ସୁରକ୍ଷିତ ଉଦ୍ଧାର କରି ଭାରତକୁ ଫେରାଇ ନିଆଯାଉ।

ଅନ୍ଯପଟେ  ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଏବେ ୨୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ନାଗରିକ ୟୁକ୍ରେନରେ ଫସି ରହିଥିବାବେଳେ ଏମାନଙ୍କ ମଧ୍ୟରେ ବହୁ ଓଡ଼ିଆ ରହିଛନ୍ତି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ରାମକୃଷ୍ଣ ପୁର ଗ୍ରାମର ବେଣୁଧର ସ୍ୱାଇଁ ଙ୍କ ପୁଅ ଅଚ୍ୟୁତାନନ୍ଦ ସ୍ବାଇଁ  ମଧ୍ଯ ୟୁକ୍ରେନରେ ଫସି ରହିଛନ୍ତି। ଯୁଦ୍ଧ ଖବର ଜଣାପଡ଼ିବା ପରେ ଅଚ୍ୟୁତାନନ୍ଦଙ୍କ ପରିବାରବର୍ଗ ଭୟଭୀତ ହୋଇ ପଡିଛନ୍ତି। ଆଶା ଆଶଙ୍କାରେ କାଳାତିପାତ କରୁଛନ୍ତି। ଯଥାଶୀଘ୍ର ପୁଅଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ପରିବାର ବର୍ଗ। ସୂଚନା ମୁତାବକ ଅଚ୍ୟୁତାନନ୍ଦ ଡାକ୍ତରୀ ପଢିବା ପାଇଁ ଦୀର୍ଘ ୩ ବର୍ଷ ହେବ ୟୁକ୍ରେନରେ ରହୁଛନ୍ତି। ସେ ଖାରକିବ୍ ନ୍ୟାସନାଲ ମେଡିକାଲ ୟୁନିଭରସିଟି ରେ MBBS ତୃତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। କରୋନା ପାଇଁ ପ୍ରଳୟ ଗତ ଏପ୍ରିଲ ମାସରେ ଘରକୁ ଆସିଥିବା ବେଳେ ଗତ ସେପ୍ଟେମ୍ବର ମାସରେ ପୁଣି ଗାଁରୁ ୟୁକ୍ରେନ ଯାଇଥିଲେ।

ସେହିଭଳି, ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏନଏସି ୱାର୍ଡ ନମ୍ବର ୯ ରାମଜୀପଡାରେ ବସବାସ କରୁଥିବା ରମେଶ ବେହେରା ଏବଂ ହେମାଙ୍ଗିନୀ ବେହେରାଙ୍କ ପୁଅ ରୋଶନ ବେହେରା ମଧ୍ଯ  ୟୁକ୍ରେନରେ ଫସି ରହିଛନ୍ତି। ତାଙ୍କର ଏକମାତ୍ର ପୁଅ ୟୁକ୍ରେନର ଖରଖିଭ ମେଡିକାଲ କଲେଜରେ ଚତୁର୍ଥ ବର୍ଷରେ ପାଠ ପଢୁଛନ୍ତି। ପରିବାର ଲୋକ ଏବେ ଚିନ୍ତାରେ । ତାଙ୍କ ପୁଅ କେମିତି ଘରକୁ ଫେରିଆସୁ ସେମାନେ ଭାରତ ସରକାରଙ୍କ ଉପରେ ଆକୁଳ ନିବେଦନ କରିଛନ୍ତି। ରୋଶନ ବେହେରାଙ୍କ ବାପା ମା ପୁଅ କେମିତି ରହୁଥିବ ଖାଉଥିବ ସେ ନେଇ ଚିନ୍ତାରେ ରହୁଛନ୍ତି।

ଅନ୍ଯପଟେ ୟୁକ୍ରେନରେ  ଓଡ଼ିଆ ମେଡିକାଲ ଶେଷ ବର୍ଷ ର ଛାତ୍ର ହିତାଶୁଂ ଶେଖର ମୁଦୁଲି ମଧ୍ଯ ଫସି ରହିଛନ୍ତି। ତାଙ୍କ ଘର ବାଲେଶ୍ବର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ମାଣିପୁରପଞ୍ଚାୟତ ବାଘୁଆ ଗ୍ରାମ ରେ। ତାଙ୍କ ବାପା ଜଣେ ସିଆରପିଏଫ ଯବାନ ଥିବା ବେଳେ ପୁଅ ୬ବର୍ଷ ଧରି ୟୁକ୍ରେନ ରେ ମେଡ଼ିକାଲ ରେ ପାଠ ପଢୁଥିଲେ । ସେଠାରେ ପୁଅ ଫସିରହିଥିବା ବେଳେ ମା ଙ୍କର ପୁଅ କୁ ଫେରାଇ ଆଣିବାକୁ ସରକାର ନିକଟରେ ଆକୁଳ ନିବେଦନ କରିଛନ୍ତି ।ପରିବାର ମଧ୍ୟରେ ଵୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଏବେ ସେମାନେ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ ସ୍ଥାନାନ୍ତର ହେଉଥିବା ନେଇ ପୁଅ ସୂଚନା ଦେଇଛନ୍ତି । ଘର ଖାଲି କରି ମେଟ୍ରୋକୁ ଯିବା ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛନ୍ତି । ତାଙ୍କର ଏକମାତ୍ର ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ମା ନିରୁପମା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.