ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ଫିଲ୍ମ ଜଗତ ଉପରେ ପଡିବ କି ପ୍ରଭାବ ?

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଯୁଦ୍ଧର ଚିତ୍ରଗୁଡ଼ିକ ଦେଖିବା ପରେ ମନରେ ଭୟ ସୃଷ୍ଟି ହେଉଛି । ସତେ ଯେପରି ବିନାଶର ଦୃଶ୍ୟ ଆଖି ଆଗରେ ନାଚି ଉଠିଛି । ସବୁ ଜାଗାରେ ବିସ୍ଫୋରଣର ଦୃଶ୍ୟମାନ ହେଉଛି । ସବୁ ସ୍ଥାନରେ ବିଶୃଙ୍ଖଳା ଦେଖାଦେଉଛି । ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ଯୁଦ୍ଧକୁ ସବୁଆଡେ ନିନ୍ଦା କରାଯାଉଛି । ଏଥି ସହିତ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିସାରିଛନ୍ତି। ସେଥି ମଧ୍ୟ ଭାରତରୁ ସାହାଯ୍ୟ ଲୋଡିଛନ୍ତି। ଏହି ସମୟରେ, ଆପଣଙ୍କୁ କହିବାକୁ ଗଲେ ଫିଲ୍ମ ସୁଟିଂ ପାଇଁ ୟୁକ୍ରେନ ବହୁତ ଲୋକପ୍ରିୟ ଲୋକେସନ ହୋଇଛି । ସେଠାରେ ଅନେକ ଭାରତୀୟ ଚଳଚ୍ଚିତ୍ରର ସୁଟିଂ କରାଯାଇଛି। ଏଥିରେ RRR ମଧ୍ୟ ଅନ୍ତର୍ଭୁକ୍ତ । ଆସନ୍ତୁ ଜାଣିବା ୟୁକ୍ରେନରେ କେଉଁ ଫିଲ୍ମର ସୁଟିଂ କରାଯାଇଛି।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେନାକୁ ଅସ୍ତ୍ରଶସ୍ତ୍ର ସହିତ ଫେରିବା ପାଇଁ ନିବେଦନ କରିଥିଲେ। ଏଥି ସହିତ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିସାରିଛନ୍ତି। ସେ ମଧ୍ୟ ଭାରତରୁ ସାହାଯ୍ୟ ଲୋଡିଛନ୍ତି। ଏହି ସମୟରେ, ଆପଣଙ୍କୁ କହିବାକୁ ଗଲେ ଫିଲ୍ମ ସୁଟିଂ ପାଇଁ ୟୁକ୍ରେନ ବହୁତ ଲୋକପ୍ରିୟ ଲୋକେସନ୍‌।| ସେଠାରେ ଅନେକ ଭାରତୀୟ ଫିଲ୍ମ ସୁଟିଂ କରାଯାଇଛି। ଏଥିରେ ‘ଆର୍‌ଆର୍‌ଆର୍‌’ ମଧ୍ୟ ଅନ୍ତର୍ଭୁକ୍ତ।

ଗୀତ ହେଉ ଅବା ଆକ୍ସନ ସିନ୍‌, ସବୁ ପାଇଁ ୟୁକ୍ରେନ୍‌ର ଲୋକେସନ୍‌ ପୂରାପୁରି ଫିଟ୍‌। ଅନେକ ସୁପରହିଟ୍‌ ଫିଲ୍ମର କିଛି ଦୃଶ୍ୟ ୟୁକ୍ରେନ୍‌ରେ ସୁଟିଂ ହୋଇସାରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଆର୍‌ଆର୍‌ଆର୍‌’। ନିକଟରେ ବିଗ୍‌ବଜେଟ୍‌ ତଥା ରାମ ଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଲାଷ୍ଟ ସିନ୍‌ର ସୁଟିଂ ମଧ୍ୟ ୟୁକ୍ରେନ୍‌ରେ ହୋଇଥିଲା। ଏଥିପାଇଁ ଗତବର୍ଷ ଅଗଷ୍ଟ ମାସରେ ୟୁକ୍ରେନ୍‌ ଯାଇଥିଲା ଫିଲ୍ମର ପୂରା ଟିମ୍‌। ଏଥିରେ ଅଜୟ ଦେବଗନ୍, ଆଲିଆ ଭଟ୍ଟଙ୍କ ସମେତ ଅଧିକ ଆକ୍ଟ୍ରେସ ସାମିଲ ଅଛନ୍ତି |

ସେହିପରି ‘୯୯ ସଙ୍ଗସ୍‌’ ଫିଲ୍ମର ଶୁଟିଂ ମଧ୍ୟ ୟୁକ୍ରେନ୍‌ରେ ହୋଇଥିଲା। ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନଙ୍କ ଫିଲ୍ମ ‘୯୯ ସଙ୍ଗସ୍‌’ର ଅଧାରୁ ଅଧିକ ଭାଗର ସୁଟିଂ ୟୁକ୍ରେନ୍‌ରେ ହିଁ କରାଯାଇଛି। ଏହି ଫିଲ୍ମରେ ସହ ଅଭିନେତା ଭାବେ ଆଦିତ୍ୟ ସିଲ୍‌, ଲିସା ରେ ଓ ମନିଷା କୋରାଇଲାଙ୍କ ସମେତ ନବାଗତା ଅଭିନେତା ଏହାନ ଭଟ୍‌ ଏବଂ ଏଡିଲ୍‌ସି ଭର୍ଗାସ ଲିଡ୍‌ ରୋଲ୍‌ରେ ଥିଲେ। ଫିଲ୍ମଟି ଜଣେ ସଙ୍ଘର୍ଷରତ ଗାୟକଙ୍କ ଜୀବନୀ ଉପରେ ଆଧାରିତ।

ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ଏବଂ ଆମି ଜ୍ୟାକସନଙ୍କ ଅଭିନୀତ ଚଳଚ୍ଚିତ୍ର ‘2.0’ ପାଇଁ ଏକ ଗୀତ ୟୁକ୍ରେନରେ ସୁଟିଂ କରାଯାଇଥିଲା | ଏହି ଗୀତକୁ ଏଆର୍‌ ରେହମାନ କମ୍ପୋଜ କରିଥିଲେ। କୁହାଯାଉଛି ଯେ, ୟୁକ୍ରେନ୍‌ର ଏହି ସ୍ଥାନଟି ପ୍ରକୃତରେ ବେଶ୍‌ ସୁନ୍ଦର।

୨୦୧୭ରେ ରିଲିଜ ହୋଇଥିବା ତେଲୁଗୁ ଆକ୍ସନ କମୋଡି ଫିଲ୍ମ ‘ୱିନର୍‌’ର କିଛି ଭାଗକୁ ମଧ୍ୟ ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଶୁଟିଂ କରାଯାଇଥିଲା। ୟୁକ୍ରେନ୍‌ ବ୍ୟତୀତ ଲ୍ୱିଭ୍‌ ଏବଂ ଇସ୍ତାନବୁଲରେ ମଧ୍ୟ ଏହି ଫିଲ୍ମର ସୁଟିଂ ହୋଇଛି। ନିର୍ଦ୍ଦେଶ୍ ଗୋପିଚାନ୍ଦ ମାଲଇନେନି ଦାବି କରିଛନ୍ତି ‘ୱିନର’ ପ୍ରଥମ ଭାରତୀୟ ଫିଲ୍ମ, ଯାହାକୁ ୟୁକ୍ରେନରେ ସୁଟ୍‌ କରାଯାଇଥିଲା