Below header

ୟୁକ୍ରେନରୁ ସୁରକ୍ଷିତ ଭାବେ ଫେରୁଛନ୍ତି ଓଡ଼ିଆ ଛାତ୍ର ଆଦର୍ଶ ପାତ୍ର

ବ୍ରହ୍ମପୁର(କେନ୍ଯୁଜ୍): ୟୁକ୍ରେନରୁ ସୁରକ୍ଷିତ ଭାବେ ଫେରୁଛନ୍ତି ଓଡ଼ିଆ ଛାତ୍ର ଆଦର୍ଶ ପାତ୍ର। ୟୁକ୍ରେନରୁ ବାହାରି ସେ ଏବେ ମୁମ୍ବାଇରେ ପହଞ୍ଚିଛନ୍ତି। ଆଦର୍ଶଙ୍କ ଘର ବ୍ରହ୍ମପୁର ଅଶୋକ ନଗରରେ। ମେଡିକାଲ ପଢିବା ପାଇଁ ଆଦର୍ଶ ୟୁକ୍ରେନ୍‌ ଯାଇଥିଲେ। ଏବେ ସେଠାରୁ ସେ ସୁରକ୍ଷିତ ଭାବେ ଫେରିଆସିଥିବାରୁ ପରିବାରଲୋକେ ଆଶ୍ୱସ୍ତ ହୋଇଛନ୍ତି। ତାଙ୍କ ଫେରିବା ବାଟକୁ ଅନାଇ ରହିଛନ୍ତି।

ସୂଚନା ଥାଉକି, ଏବେ ଜଳୁଛି ୟୁକ୍ରେନ। ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଚାଲିଛି ଲଢେଇ। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛି ଋଷ ସେନା । ଆଉ ମାତ୍ର ୨୦ ମାଇଲ ଦୂର ଥିବା ସୂଚନା ମିଳିଛି । କିଭରେ ଶୁଣିବାକୁ ମିଳିଛି ଭୟଙ୍କର ବିସ୍ଫୋରଣର ଶଦ୍ଦ। ୟୁକ୍ରେନକୁ ୩ ପଟୁ ଘେରିଛି ଋଷିଆ। ୟୁକ୍ରେନର ସାମରିକ ବ୍ୟବସ୍ଥାକୁ ଏୟାରଷ୍ଟ୍ରାଇକ କରି ଉଡାଇଦେଇଛି ଋଷିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.