୭ ବର୍ଷର ନିଖୋଜ ଶିଶୁକୁ ବଳି ସନ୍ଦେହରେ ପୋଡାଜଳା ଓ ଭଙ୍ଗାରୁଜା

ଆନନ୍ଦପୁର(କେନ୍ଯୁଜ୍): ନିଖୋଜ ଶିଶୁକୁ ବଳି ସନ୍ଦେହରେ ପୋଡାଜଳା ଓ ଭଙ୍ଗାରୁଜା । ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ବିଦ୍ୟାଧରପୁର ନିକଟ ଖଣିବଜାର ସାହିର ଜଣେ ୭ ବର୍ଷର ନିଖୋଜ ଶିଶୁକୁ ବଳି ଦିଆଯାଇଥିବା ସନ୍ଦେହରେ ବ୍ୟାପକ ଭଙ୍ଗାରୁଜା ସହ ଠକାସଂସ୍ଥାର ମେସିନରେ ନିଆଁ ଲଗାଇଦେଇଥିଲେ ଗ୍ରାମବାସୀ ।

ଗତ କିଛିଦିନ ତଳୁ ନିଖୋଜ ଅଛି ଦିବାକର ପୂର୍ତ୍ତି । ଅନେକ ଖୋଜାଖୋଜି ପରେ ବି ପୋଲିସକୁ କୌଣସି ସନ୍ଧାନ ମିଳିନାହିଁ । ତେବେ ଗତକାଲି ସଂଧ୍ୟାରେ ଏକ ସ୍କୁଲରୁ ଦିବାକରଙ୍କ ପିନ୍ଧା ସାର୍ଟ ମିଳିବା ପରେ ତାଙ୍କୁ ବି ପକାଯାଇଥିବା ସନ୍ଦେହ କରି ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.