Below header

ଡଙ୍ଗା ଭଷା ପୂର୍ବରୁ ଦେଖନ୍ତୁ କେମିତି ତିଆରି ହେଉଛି ଭଳିକି ଭଳି ରଙ୍ଗ ବେରଙ୍ଗର ଡଙ୍ଗା                

ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆମାନଙ୍କର ଏକ ବଡ଼ ପର୍ବ । ଗାଁ ରୁ ସହର ସବୁଆଡେ ସେଦିନ ଡଙ୍ଗା ଭସାଇବାର ପରମ୍ପରା ରହିଛି । ଯେକୌଣସି ନଦୀ ଓ ଜଳାଶୟରେ ଲୋକେ ଡଙ୍ଗା ଭସାଇ ଐତିହ୍ୟର କଥାକୁ ମନେ ପକାଇଥାନ୍ତି । ତେବେ ଏଇ ବୋଇତ ବନ୍ଦାଣ ପରମ୍ପରା ପାଇଁ କିଭଳି ଭାବେ ରଂଗ ବେରଙ୍ଗ ଡଙ୍ଗା ତିଆରି ହୁଏ, ସେଇ ଦୃଶ୍ୟ ଦେଖିବାକୁ କେବେ କଣ ଆପଣଙ୍କ ଇଚ୍ଛା ହୋଇଛି କି ? ଯଦି ହଁ ତାହେଲେ ଚାଲନ୍ତୁ ଯିବା କଟକ ଜିଲ୍ଲା ସାଲେପୁରର ଚନ୍ଦ୍ରାଦେଇପୁର ଗାଁକୁ। dangaaaa

ସାଲେପୁର ଚନ୍ଦ୍ରାଦେଇ ପୁର ଗାଁର ଅଧିକାଂଶ ପରିବାର ଏବେ ଡ଼ଙ୍ଗା ତିଆରି କରିବାରେ ବ୍ୟସ୍ତ। କୁମାର ପୂର୍ଣ୍ଣିମା ଠାରୁ ଏହି ଡ଼ଙ୍ଗା  ତିଆରି କାମ ଆରମ୍ଭ ହୋଇଥାଏ। ଦେଖନ୍ତୁ କିପରି ପରିବାର ସମସ୍ତ ସଦସ୍ୟ ଏମିତିକି ଛୋଟ ଛୋଟ ପିଲା ମଧ୍ୟ ଡ଼ଙ୍ଗା ତିଆରି କାମରେ ଲାଗିପଡିଛନ୍ତି। ରଙ୍ଗ ବେରଙ୍ଗ ର ଭଳିକି ଭଳି ପ୍ରାୟ 20 ରୁ ଉର୍ଦ୍ଧ ପ୍ରକାର ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ଡ଼ଙ୍ଗାର ପସରା ଦେଖିବାକୁ ମିଳୁଛି।

dangaଆଧୁନିକତାକୁ ତାଳ ଦେଇ ବିଭିନ୍ନ ଚିତ୍ତାକର୍ଷକ  ମନଲୋଭା ଡ଼ଙ୍ଗା ଏହିଗାଁରେ ତିଆରି କରିଥାନ୍ତି ଲୋକେ।  ବିଭିନ୍ନ ମନ୍ଦିର  ଵତକ ହଂସ ଏମିତିକି ଯୁଦ୍ଧ ଜାହାଜ  ଭଳି ଦେଖା ଯାଉଥିବା ଡ଼ଙ୍ଗା  ତିଆରି କରି ସାଲେପୁର କଟକ ତଥା ଆଖ ପାଖ ଅଂଚଳକୁ ବିକ୍ରୟ ପାଇ ନିଆଯାଏ। ମାତ୍ର ଆନୁସଙ୍ଗିକ ଯଥା ରଂଗ  ତୁଳି ସୋଲର ଦର ବୃଦ୍ଧି ସାଂଗକୁ କରନା ଯୋଗୁ ଚଳିତ ବର୍ଷ କମ ପରିମାଣ ଡ଼ଙ୍ଗା କରିଥିବା କହିଛନ୍ତି କାରିଗର। ଅପରପକ୍ଷେ ଲାଭର ଆଶା ନରଖି ଖୁସିରେ ଏମାନେ ଦୀର୍ଘ ବର୍ଷ ହେବ ଏହି ସମୟରେ ଡ଼ଙ୍ଗା ତିଆରି କରିଥାନ୍ତି ବୋଲି କହିଛନ୍ତି ଜଣେ କାରିଗର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.