Below header

କଣ ରହିଛି ହିନ୍ଦୁ ଧର୍ମରେ ପେଚାର ମାନ୍ୟତା,ଜାଣନ୍ତୁ ପେଚା ବିଷୟରେ କିଛି ରୋଚକ କଥା

ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀଙ୍କ ବାହନ ପଶୁ କିମ୍ବା କୌଣସି ପକ୍ଷୀ ହୋଇଥାନ୍ତି। ଠାକୁରଙ୍କର ବାହନ ହୋଇଥିବାରୁ ସେମାନଙ୍କୁ ମଧ୍ୟ ସେତିକି ପରିମାଣର ଭକ୍ତି ଓ ପୂଜା ମିଳିଥାଏ। ସେହିପରି ପେଚାକୁ ଧନର ଦେବୀ ମା’ ଲକ୍ଷ୍ମୀଙ୍କର ବାହାନ ବୋଲି କୁହାଯାଏ। କିନ୍ତୁ ପେଚା ଏଭଳି ଏକ ପଶୁ ଯାହାକୁ ସାଧାରଣତଃ ଲୋକେ ଅଶୁଭ ଦୃଷ୍ଟିରେ ଦେଖିଥାନ୍ତି। ତେବେ ପେଚାକୁ ନେଇ ଅନେକ ପ୍ରକାରର କଥା ଆମ ସମାଜରେ ପ୍ରଚଳିତ ରହିଛି। ସେହିଭଳି କିଛି ତଥ୍ୟ ଆଜି ଆମେ ଏଠାରେ ଦେଉଛୁ, ଯାହା ଉପରେ ଆଜି ମଧ୍ୟ ବିଶ୍ୱାସ ରହିଛି ।

owl2

• ଯଦି କେବେ କୌଣସି ବ୍ୟକ୍ତିଙ୍କ ଆଖି ଗୋଟିଏ ପେଚାର ଆଖି ସହିତ ମିଶିଯାଏ । ତେବେ ସେହି ବ୍ୟକ୍ତିଙ୍କୁ ଅଜସ୍ର ଧନ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ରହିଛି। କିନ୍ତୁ ଏଭଳି ସୁଯୋଗ ଖୁବ କମ୍ ଲୋକଙ୍କୁ ମିଳିଥାଏ।

• ସେହିପରି ଗୋଟିଏ ପେଚା ଯଦି କୌଣସି ରୋଗୀକୁ ଛୁଇଁ ଦେଇ ଉଡିଯାଏ, ତେବେ ଗମ୍ଭୀର ରୁ ଗମ୍ଭୀର ରୋଗରେ ପଡିଥିବା ବ୍ୟକ୍ତି ସୁସ୍ଥ ହୋଇଯାଏ।

• ଡାହାଣ ପାର୍ଶ୍ୱରୁ ପେଚାର ଦେଖିବା ଓ କହିବା ସବୁବେଳେ ଅଶୁଭ ହୋଇଥାଏ। ତେଣୁ ପେଚା ବୋବାଇବାର ଶବ୍ଦ ଡାହାଣ ଭାଗରୁ ଶୁଭାଗଲେ ଅଶୁଭ ବୋଲି ଧରାଯାଏ। କିନ୍ତୁ ଏହାର ବାମ ପାର୍ଶ୍ୱକୁ ଶୁଭ ବୋଲି ଧରାଯାଇଥାଏ ।

owl3

• କୌଣସି ଘରର ଛାତ ଉପରେ ପେଚା ବସି ବୋବାଇଲେ ଖୁବ ଅଶୁଭ ହୋଇଥାଏ। କୁହାଯାଏ ଯେ ପେଚାର ସେହି ଶବ୍ଦ ଘରର କୌଣସି ବ୍ୟକ୍ତିଙ୍କ ମୃତ୍ୟୁକୁ ଇଙ୍ଗିତ କରିଥାଏ।

• ସେହିପରି ସକାଳ ସମୟରେ ପୂର୍ବ ଦିଗରେ ପେଚା ଦେଖାଯିବା କିମ୍ବା ତା’ ର ବୋବାଇବା ଶବ୍ଦ ଶୁଭିବା ଦ୍ୱାରା ହଠାତ୍ ଧନପ୍ରାପ୍ତିର ସୂଚନା ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.