୧୦ମ ପାସ୍ କରିଥିବା ଯୁବପିଢିଙ୍କ ପାଇଁ ଚାକିରିର ସୁବର୍ଣ୍ଣ ସୁଯୋଗ, ଦରମା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଯଦି ଆପଣ ୧୦ମ ପାସ୍ କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ୧୦ମ ପାସ୍ କରିଥିବା ଯୁବପିଢିଙ୍କ ପାଇଁ ଭାରତୀୟ ତଟରକ୍ଷକ ପକ୍ଷରୁ ନିଯୁକ୍ତି ଜାରି କରାଯାଇଛି। ଉକ୍ତ ଚାକିରିରେ ନିଯୁକ୍ତି ପାଇଁ ୧୮ ବର୍ଷରୁ ଆରମ୍ଭ କରି ୨୨ ବର୍ଷୀୟ ଯୁବପିଢି ଆବେଦନ କରିପାରିବେ। ସବୁଠାରୁ ଖାସ୍ କଥା ହେଉଛି, ଏହି ଚାକିରିରେ ନିଯୁକ୍ତି ପାଇଁ ଚୟନ ହୋଇଥିବା ବ୍ୟକ୍ତିଙ୍କୁ ୪୭ ହଜାରରୁ ଅଧିକ ଦରମା ଦିଆଯିବା ନେଇ ସ୍ଥିର କରାଯାଇଛି। ଉକ୍ତ ବିଭାଗରେ କୁକ୍ ଏବଂ ଷ୍ଟିଓ୍ଵର୍ଡ ଆଦି ପଦବୀରେ ନିଯୁକ୍ତି ଜାରି ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଶମ ପାସ୍‌ କରିଥିବା ଆବେଦନକାରୀଙ୍କ ନିଯୁକ୍ତି ପାଇଁ ମୋଟ୍‌ ୫୦ ପଦବୀ ରହିଛି ।

Applyଆବେଦନ ପ୍ରକ୍ରିୟା

ଏହି ବିଭାଗରେ ଚାକିରି ପାଇଁ ଆବେଦନ ପ୍ରକ୍ରିୟା ୩୦ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ଆବେଦନକାରୀ ଭାରତୀୟ ତଟରକ୍ଷକ ବଳର ଅଧିକାରୀକ େଓ୍ଵବସାଇଟ୍ joinindiancoastguard.gov.in ଜରିଆରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଧ୍ୟାନ ରଖନ୍ତୁ, ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ବ୍ୟକ୍ତି ୧୦ମ ଶ୍ରେଣୀରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।

navy_ଉକ୍ତ ଚାକିରିରେ ଚୟନ ହୋଇଥିବା ଆବେଦନକାରୀଙ୍କୁ ମାସିକ ପେ ଗ୍ରେଡ ଅନୁସାରେ ୩୦,୦୦୦ ରୁ ୪୭,୬୦୦ ଟଙ୍କା ଯାଏ ବେତନ ମିଳିବ। ବିଶେଷରୂପେ ଆବେଦନକାରୀ, ଆବେଦନ କରିବା ପୂର୍ବରୁ ଜାରି କରାଯାଇଥିବା ସୂଚନାକୁ ପ୍ରଥମେ ଭଲଭାବେ ପଢନ୍ତୁ। ଏହାପରେ ଆବେଦନ କରନ୍ତୁ। ସୂଚନାଯୋଗ୍ୟ, ଉକ୍ତ ପଦବୀରେ ନିଯୁକ୍ତି ନେଇ ଆବେଦନକାରୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.