Below header

ମୋତେ ସାହାଯ୍ୟ କରନ୍ତୁ ମୁଁ ପାଠ ପଢିବି: ଆଖିରେ ଆଖିଏ ଲୁହ, କୋହ ଭରା କଣ୍ଠରେ ନିବେଦନ କରୁଛି ଆରତୀ

ଗଂଜାମ: ମୋତେ ସାହାଯ୍ୟ କରନ୍ତୁ ମୁଁ ପାଠ ପଢିବି।  ଦୁର୍ଘଟଣାରେ ମୁଁ ଅକାମୀ ହୋଇଯାଇଛି, ଶେଯରୁ ଉଠି ପାରୁନାହିଁ କିମ୍ବା ଚାଲି ପାରୁନାହିଁ । ଆଖିଏ ଲୁହ, କୋହ ଭରା କଣ୍ଠରେ କହୁଛି ଆରତୀ । ଏମିତି ଏକ ଦୁଃଖର କାହାଣୀ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ । ଏହି ଗାଁରେ ରୁହନ୍ତି ଡ୍ରାଇଭର ବାଡତ୍ୟାଙ୍କ ପରିବାର। ଡ୍ରାଇଭରଙ୍କ ପରିବାର କହିଲେ ଦୁଇ ଝିଅ ଓ ସ୍ତ୍ରୀ ।

ବଡ ଝିଅ ଆରତୀ ଅଜା ଘର ବିତୁରୁବୁଡି ଗାଁ ରେ ରହି ପାଠ ପଢୁଥିଲା । ସବୁ କିଛି ଠିକଠାକ ଚାଲିଥିଲା । ହେଲେ ଗତ ବର୍ଷ ଦୀପାବଳି ପରଦିନ ବ୍ରହ୍ମପୁରରେ ଏକ ଭୋଜି କାର୍ଯ୍ୟରେ ଯୋଗ ଦେବା ପାଇଁ ମୋପେଡ୍ ରେ ଯାଉଥିବା ବେଳେ ହଠାତ୍ ବିପରୀତ ଦିଗରୁ ଏକ କାର୍ ସହିତ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଆହତ ହୋଇଥିବା ଆରତୀକୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବହୁତ ଦିନ ଚିକିତ୍ସା ପରେ ଆରତୀ ସୁସ୍ଥ ହୋଇ ଘରକୁ ଫେରିଲା, କିନ୍ତୁ ମୁତ୍ରାସୟ ନଳି ଠିକ୍ ହୋଇନଥିବା ଯୋଗୁଁ ଆରମ୍ଭ ହୋଇଗଲା ଯନ୍ତ୍ରଣା ।

ଏହାରି ମଧ୍ୟରେ ଝିଅକୁ ଭଲ କରିବା ପାଇଁ ଗରିବ ବାପା, ମାଆ ବହୁ ଟଙ୍କା ଖର୍ଚ୍ଚ କରିସାରିଛନ୍ତି, କିନ୍ତୁ ମୁତ୍ରାସୟ ନଳି ଅପରେସନ୍ ହୋଇପାରୁନାହିଁ । ତେଣୁ ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ ସ୍ତରରେ, ସାହାଯ୍ୟ ମିଳିଲେ ଆରତୀ ସୁସ୍ଥ ହେବା ସହ , ପାଠ ପଢିବା ପାଇଁ ଯେଉଁ ଇଛା ରଖିଛି ପୁରଣ କରିପାରନ୍ତା ବୋଲି କହିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.