Below header

ଓଡିଶାର ଏକମାତ୍ର ଖେଳାଳି ଭାବେ ଅଲମ୍ପିକ୍ସ ଚୟନ ଶିବିରକୁ ମନୋନୀତ ହେଲେ କିସ୍ ଛାତ୍ର ରଞ୍ଜିତ, ଶୁଭେଚ୍ଛା ଜଣାଇଲେ ପ୍ରତିଷ୍ଠାତା ଡ. ଅଚ୍ଯୁତ ସାମନ୍ତ

ଅନ୍ତର୍ଜାତୀୟ ତୀରନ୍ଦାଜ ରଞ୍ଜିତ ନାୟକ ଟୋକିଓ ୨୦୨୦ ଅଲିମ୍ପିକ୍ସ ଚୟନ ଶିବିରକୁ ମନୋନୀତ ହୋଇଛନ୍ତି। ଝାଡ଼ଖଣ୍ଡର ଜାମସେଦପୁର ସ୍ଥିତ ଜେଆର୍ଡି ଟାଟା ସ୍ପୋର୍ଟ୍ସ କମ୍ପ୍ଲେକସରେ ସୋମବାରଠାରୁ ଆରମ୍ଭ ହୋଇଥିବା ଚୟନ ଶିବିରରେ ଯୋଗ ଦେଇଛନ୍ତି। ଶିବିରରୁ ୪ ଜଣ ରିକର୍ଭ ପୁରୁଷ ଓ ୪ ଜଣ ରିକର୍ଭ ମହିଳା ମନୋନୀତ ହୋଇ ପୁନେସ୍ଥିତ ଏଏସ୍ଆଇ ଠାରେ ଚୂଡ଼ାନ୍ତ ପ୍ରଶିକ୍ଷଣ ଶିବିରରେ ତୁରନ୍ତ ଯୋଗ ଦେବେ।

ରଞ୍ଜିତ କିସ୍  ର ଛାତ୍ର ହୋଇଥିବା ବେଳେ ସେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଏହି ଶିବିରରେ ଯୋଗ ଦେଇଛନ୍ତି। ପୂର୍ବରୁ ରଞ୍ଜିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବ୍ୟକ୍ତିଗତ ବର୍ଗରେ ରୌପ୍ୟ ଓ ଦଳଗତ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୧୫ରେ ସେ ସଂଘାଇଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍ ଷ୍ଟେଜ୍-୧ ଓ ଷ୍ଟେଜ୍-୨ରେ ଅଂଶଗ୍ରହଣ କରିଥିବା ବେଳେ ୨୦୧୪ରେ ତାଇପେଇଠାରେ ଅନୁଷ୍ଠିତ ଏସୀୟ ଗ୍ରାଁ ପ୍ରି, ୨୦୧୩ରେ ଚୀନ୍ ର ଉକ୍ସୀଠାରେ ବିଶ୍ୱ ଯୁବ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

kiss student

୨୦୧୩ରେ ଆସାମର କୋକ୍ରାଝରଠାରେ କନିଷ୍ଠ ଜାତୀୟ ତୀରନ୍ଦାଜୀରେ ସ୍ୱର୍ଣ୍ଣପଦକ, ୨୦୧୩-୧୪ରେ ଉପକନିଷ୍ଠ ଜାତୀୟ ତୀରନ୍ଦାଜିରେ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସର୍ବଦା କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ ଯୋଗାଇ ଆସୁଥିବା କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରଞ୍ଜିତଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସଫଳତା କାମନା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.