ନିୟନ୍ତ୍ରଣ ହରାଉଛି ଦିଲ୍ଲୀ କରୋନା ସ୍ଥିତି, ପ୍ରତି ଘଣ୍ଟାରେ ଜୀବନ ହାରୁଛନ୍ତି ୫ ଜଣ

ନୂଆଦିଲ୍ଲୀ: ଦେଶରେ ୨୪ଘଣ୍ଟା ମଧ୍ୟରେ ୩୭ହଜାର ୯୭୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୯୧ଲକ୍ଷ ୭୭ ହଜାର ୮୪୧ରେ ପହଞ୍ଚିଛି। ସେପଟେ ଏଯାବତ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୪ହଜାର ୨୧୮ରେ ପହଞ୍ଚିଛି। ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ଅଛି ରାଜଧାନୀ ଦିଲ୍ଲୀ ବାୟୁ ପ୍ରଦୂଷଣ । ଦିନ କୁ ଦିନ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ସିଭିୟର କାଟାଗୋରୀରେ ପହଞ୍ଚିଛି । ରାଜଧାନୀରେ ପାରଦ ଖସୁଥିବା ବେଳେ ବଢୁଛି ଶୀତର ପ୍ରକୋପ । ଏହା ସହିତ ବଢ଼ିବାରେ ଲାଗିଛି କରୋନା ପ୍ରାଦୁର୍ଭାବ ।

Coronavirus India Update: Over 72K Fresh Cases & 986 Deaths in 24 Hours |  Highlights

ଆଉ ସେପଟେ ଦେଶ ରାଜଧାନୀରେ କରୋନା ସ୍ଥିତି ଏବେ ଏପରି ସ୍ଥିତିରେ ପହଂଚିଛି ଯେ ଗତ ଚାରି ଦିନ ହେବ ଦୈନିକ ୧୦୦
ରୁ ଅଧିକ ଜଣଙ୍କ ଜୀବନ ଯାଉଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୧୦ ଦିନ ଭିତରେ ଏକ ହଜାରରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜଧାନୀରେ ମୋଟ ମୃତକ ସଂଖ୍ୟା ୮୫୨୨ ଛୁଇଁଛି । ଯେବେକି ଗତ ୨୪ ଘଣ୍ଟା ଭିତରେ ୧୨୧
ଜଣ କରୋନା ଆକ୍ରାନ୍ତ ଆଖି ବୁଜି ସାରିଲେଣି । ପରିସ୍ଥିତି ଏମିତି ହୋଇଛିଯେ, ପ୍ରତି ଘଣ୍ଟାରେ ଯାଉଛି ୫ ଜଣ କୋଭିଡ ଆକ୍ରାନ୍ତଙ୍କ ଜୀବନ ।

ଏହାକୁ ଲକ୍ଷରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚିନ୍ତିତ ଥିବା ବେଳେ କରୋନା ନିୟମ ମାନକୁ ଅଧିକ କଡାକଡି କରିଛନ୍ତି । ମାସ୍କ ନ ପିନ୍ଧିଲେ ଏଣିକି ୨୦୦୦ ଟଙ୍କା ଜୋରିମାନା ପୈଠ କରିବାକୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ନଭେମ୍ବର ମାସରେ କରୋନା ସଂକ୍ରମିତ ହାର ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ନେଇ ସୂଚନା ମିଳିଛି । ଗତ ଜୁନ- ଜୁଲାଇ ମାସରେ ଦିଲ୍ଲୀ ସରକାର ସର୍ବାଧିକ ଋକଭରୀ ନେଇ ଦାବି କରୁଥିବା ବେଳେ ନଭେମ୍ବରରେ ସ୍ଥିତି ଜଟିଳ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.