Below header

୫୫ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ଆଶିଷ ରାୟ, ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ଥିଲେ ପୀଡ଼ିତ

ନିଜ ଦମ୍‌ଦାର ଅଭିନୟ ମାଧ୍ୟମରେ ଟିଭି ଓ ଫିଲ୍ମ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଆଶିଷ ରାୟ ଆଉ ନାହାନ୍ତି। ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ଯୁଝିବା ପରେ ସୋମବାର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଉଭୟ କିଡ୍‌ନୀ ଖରାପ ହୋଇଯାଇଥିଲା। ଗତ କିଛି ବର୍ଷ ଧରି ଡାୟାଲିସିସ୍‌ ମଧ୍ୟ ଚାଲୁରହିଥିଲା।


ସୋମବାର ରାତି ପ୍ରାୟ ୩.୪୫ରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଗତ ସପ୍ତାହେ ଧରି ମୁମ୍ବାଇର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଥିବା ବେଳେ ସେ ଇଣ୍ଡଷ୍ଟ୍ରୀର ଲୋକଙ୍କୁ ସାହାଯ୍ୟ ମାଗିଥିଲେ। କିଛି କଳାକାର ତାଙ୍କୁ ସାହାଯ୍ୟ ବି କରିଥିଲେ। ସୁସ୍ଥ ହୋଇ ସେ ଗତ ୨୨ ତାରିଖରେ ଘରକୁ ଫେରିଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ଗତ ରାତିରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ କଳାକାର ଶୋକବ୍ୟକ୍ତ କରିଛନ୍ତି।


ଆଶିଷ ରାୟ ଟିଭି ଶୋ’ ସସୁରାଲ ସିମର କା, ରିମିକ୍ସ, ବା ବୋହୂ ଔର ବେବି, ମେରେ ଅଙ୍ଗନେ ମେ, ଆରମ୍ଭ ଭଳି ସିରିୟଲ ସମେତ ହୋମ୍‌ ଡେଲିଭରି ଓ ରାଜା ନଟଓ୍ଵରଲାଲ୍‌ ଫିଲ୍ମରେ ବି ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.