Below header

କମୁଛି ହୀରାକୁଦ ଜଳସ୍ତର: ଗତବର୍ଷ ଠାରୁ ୧୦ ଫୁଟ ତଳକୁ ଖସି ଆସିଛି ପାଣି

ସମ୍ବଲପୁର: ଛାନିଆ କଲାଣି ହୀରାକୁଦ ଜଳଭଣ୍ଡାର। ଉପର ମୁଣ୍ଡରୁ ଆସୁନି, କମୁଛି ଜଳସ୍ତର। ଗତବର୍ଷ ଠାରୁ ୧୦ ଫୁଟ ତଳକୁ ପାଣି ଖସି ଆସିଛି। ଗତବର୍ଷ ଆଜିର ଦିନରେ ୬୨୪. ୧୨ ଫୁଟ ଥିବାବେଳେ ଆଜି ୬୧୪.୭୯ ଫୁଟରେ ପହଁଚିଛି। ପ୍ରତିଦିନ ପ୍ରାୟ ୦.୨୦ ଫୁଟ ହାରରେ ପାଣି କମୁଛି। ସ୍ଥିତି ଏପରି ହେଲାଣି ଯେ, ଜୁନ୍‌ ବେଳକୁ ପିଇବା ପାଣି ନିଅଣ୍ଟ ହେବା ଆଶଙ୍କା ଦେଖାଦେଇଛି।

ସ୍ଥିତି ୨୦୧୬ଠୁ ବି ବଳି ଗଲାଣି। ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦବେଗ ଦେଖାଦେଇଛି। ଉପରମୁଣ୍ଡରୁ ମୁନ୍ଦାଏ ବି ପାଣି ଆସୁନଥିବାରୁ ସମସ୍ୟା ବଢିବାରେ ଲାଗିଛି। ମହାନଦୀ ଉପରମୁଣ୍ଡ ଛତିଶଗଡରେ ବ୍ୟାରେଜ ନିର୍ମାଣ ଦ୍ୱାରା ଓଡ଼ିଶା ସାଂଘାତିକ ପ୍ରଭାବିତ ହେବାର ଲାଗିଛି। ସମସ୍ୟାର ସମାଧାନ ପାଇଁ ୩ବର୍ଷ ତଳୁ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ବି ଏଯାଏ କିଛି ସୁଫଳ ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.