ବିପଦ ସଙ୍କେତ ଉପରେ ଜଳକା ନଦୀ ଜଳସ୍ତର, ଅଞ୍ଚଳବାସୀ ଆତଙ୍କିତ
ବାଲେଶ୍ୱର: ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ ଜଳସ୍ତର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୫. ୫୦ ଥିବାବେଳେ ଏବେ ବୃଦ୍ଧି ପାଇ ୬. ୪୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ନଦୀ କୂଳିଆ ଅଞ୍ଚଳରେ ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।