ମାଲକାନଗିରିରେ ଲଗାଣ ବର୍ଷା: କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ, ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ମାଲକାନଗିରି: ମାଲକାନଗିରିରେ ଜାରି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷାରେ ଜିଲ୍ଲାର କାଙ୍ଗୁରକୋଣ୍ଡା ପୋଲ ଉପରେ ୩ରୁ ୪ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି । ଫଳରେ ଫସଲ ସବୁ ନଷ୍ଟ ହେବାକୁ ବସିଲାଣି । ଜିଲ୍ଲାର ୩୪ଟି ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.