Below header

ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆପଣଙ୍କ ସହରରେ କେତେ ହେଲା ଦାମ୍‌

ସୁନା ଦର ଗତ କିଛି ଦିନ ହେବ ସ୍ଥିର ରହିଛି। ଗତ ୫ ଦିନ ପୂର୍ବରୁ ଏହାର ଦାମ୍‌ ଆକାଶଛୁଆଁ ରହିଥିବା ବେଳେ ଏବେ ଏହାର ଦାମ୍‌ରେ କିଛି କମ୍‌ ହୋଇଛି। ଯାହା ଗ୍ରାହଙ୍କ ପାଇଁ ଆଶ୍ୱସ୍ତୀକର ହୋଇଛି। କିନ୍ତୁ ଦୁଇଦିନ ହେଲାଣି ଏଥିରେ ସାମାନ୍ୟ ସୁଧାର ଆସିଥିବା ଲକ୍ଷ୍ୟ କରାଯାଇଛି । ରବିବାର ସନ୍ଧ୍ୟା ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧, ୨୪୦ ଟଙ୍କାରେ ପହଞ୍ଚି ଥିବା ଜଣାଯାଇଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨, ୨୩୦ ଟଙ୍କା ଛୁଇଁଥିବା ନେଇ ରେକର୍ଡ ହୋଇଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ଏକ ବଡ ଧରଣର ହ୍ରାସ ଘଟିଥିବା ଜଣାଯାଇଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫,୬୭୦ ଏବଂ ୨୨ କ୍ୟାରେଟ ସୁନା ଦାମ୍‌ ୫୧,୦୨୦ ଟଙ୍କା ରହିଛି।

44

ତେଣୁ ଯଦି ଆପଣ ସୁନା କିଣିବାକୁ ଚାହୁଛନ୍ତି ତେବେ ଜଲଦି ସୁନା କିଣିପାରିବେ। ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ ବି ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୨, ୨୪୦ ଟଙ୍କା ଓ ୫୧, ୨୪୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଏହି ଦର ୫୫, ୧୧୦ ଟଙ୍କା ଓ ୫୧, ୧୭୦ଟଙ୍କା ଥିବା ଜଣାଯାଇଛି । ସେପଟେ ଚେନ୍ନାଇରେ ୫୫, ୬୭୦ଟଙ୍କା ଓ ୫୧, ୦୨୦ ଟଙ୍କା ଥିବା ବେଳେ କୋଲକାତାରେ ଏହି ଦର ଯଥାକ୍ରମେ ୫୪,୪୬୦ ଟଙ୍କା ଓ ୫୧,୭୭୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.